ବିରାଟ,ରୋହିତଙ୍କ ପରେ ଆନନ୍ଦଙ୍କ ମନ ଜିଣିଲେ ଇଣ୍ଟରନେଟ ଜେଜେମା

0

(ଅନୁସ୍ୱୟା)ଭୁବନେଶ୍ୱର: ଗତକାଲି ଭାରତ ଓ ବାଂଲାଦେଶ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଭାରତ ଏହି ମ୍ୟାଚ୍କୁ ୨୮ ରନ୍ରେ ଜିତି ସେମି ଫାଇନାଲ୍ରେ ପହଞ୍ଚି ଯାଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୩୧୪ ରନ୍ କରିଥିବା ବେଳେ ‘ହିଟ୍ ମ୍ୟାନ୍’ ରୋହିତ ଶର୍ମା ପୁଣି ଏକ ଶତକ ମାରି ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲେ। ସେ ୯୨ଟି ବଲ୍ରୁ ୧୦୪ ରନ୍ କରିଥିଲେ। ସେ ସିନା ପଡ଼ିଆରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲେ, କିନ୍ତୁ ପଡ଼ିଆ ବାହାରେ ଆଉ ଜଣଙ୍କ ଉପରେ ଥିଲା ସମସ୍ତଙ୍କ ନଜର। ସେ ହେଉଛନ୍ତି, ଚାରୁଲତା ପଟେଲ। କାରଣ ଏ ବୟସରେ ବି ଚାରୁଲତା ଚୁପ୍ଚାପ ଖେଳ ଦେଖୁ ନଥିଲେ। ସେ ପୂରା ଜୋଶ୍ରେ ଖେଳ ଦେଖୁଥିଲେ। ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଛୋଟ ପିଲା ଓ ଯୁବକଯୁବତୀଙ୍କ ଭଳି ମଝିରେ ମଝିରେ ପେଁକାଳି ବଜାଉଥିଲେ। ଏମିତିକି ଗୋଟାଏ ଦିନ ଭିତରେ ତାଙ୍କୁ ଏକ ନୂଆ ପରିଚୟ ବି ମିଳିଯାଇଛି। ତାଙ୍କୁ କୁହାଯାଉଛି ‘ଇଣ୍ଟରନେଟ୍ ଜେଜେମା’। ତାଙ୍କ ଫଟୋ ଓ ଭିଡିଓ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଭାଇରାଲ୍ ହେବା ପରେ ତାଙ୍କ ଉଚ୍ଛ୍ୱାସ ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ହର୍ଷ ଭୋଗ୍ଲେ ଯାଏଁ ସଭିଙ୍କ ମନଜିଣିଛି। ଏବଂ ସେ ତାଲିକାରେ ଆଜି ସାମିଲ ହୋଇଛନ୍ତି ଆନନ୍ଦ ମହିନ୍ଦ୍ରା।
ତାଙ୍କର ନଜର ଲାଗିଲେ କାଳେ ଭାରତ ହାରିଯିବ ଏଇ ଭାବନା ନେଇ ଆନନ୍ଦ ମହିନ୍ଦ୍ରା ଭାରତର ଖେଳ ଦେଖନ୍ତି ନାହିଁ। କିନ୍ତୁ ଗତ ସନ୍ଧ୍ୟାରେ ସେ ଟୁଇଟ୍ କରିଥିଲେ: ମୋ ବିଶ୍ୱାସ ଅନୁସାରେ, ମୁଁ ଖେଳ ଦେଖୁ ନ ଥିଲି। କିନ୍ତୁ, ଏଇ ମହିଳାଙ୍କୁ ଦେଖିବା ପାଇଁ ମୁଁ ଏବେ ଖେଳ ଦେଖିବି। ସେ ମ୍ୟାଚ୍ ବିଜୟିନୀ ପରି ଦିଶୁଛନ୍ତିଟ୍ଟ।
ଖେଳ ଦେଖି ସାରିବା ପରେ ଆନନ୍ଦ ମହିନ୍ଦ୍ରା ତାଙ୍କ ଟୁଇଟର୍ରେ ଷ୍ଟାଟସ୍ ରଖିଲେ: ଶେଷ ଓଭର୍ ଦେଖିଲି ଏବଂ ମୋ ଦେଖିବା ଭଳି ନାଟକ ସେଥିରେ ଥିଲା। ପ୍ରଥମେ ଛାନିଆ କରାଇ ଶେଷକୁ ବିଜୟ ଦ୍ୱାରଦେଶକୁ ନେଉଥିବା ବିଜୟ ହିଁ ଶ୍ରେଷ୍ଠ ବିଜୟ। ସାବାସ୍! ଭାରତ ଆଉ ଜାଣିରଖ ଯେ ଏଇ ମ୍ୟାଚ୍-ବିଜୟୀ ମହିଳାଜଣକ ଯେମିତି ସେମିଫାଇନାଲ୍ ଏବଂ ଫାଇନାଲ୍ ଖେଳରେ ଉପସ୍ଥିତ ରୁହନ୍ତିଟ୍ଟ ତାଙ୍କୁ ମାଗଣାରେ ଟିକେଟ ଦେବି!’’
ଆନନ୍ଦ ମହିନ୍ଦ୍ରା ଚାରୁଲତାଙ୍କୁ ଟିଭିରେ ଦେଖି ନିଜର ଚଞ୍ଚଳତା କଥା ଟୁଇଟ୍ କରିବା ପରେ ତାଙ୍କର ଜଣେ ପ୍ରସଂଶକ ତାଙ୍କୁ ଟୁଇଟ୍ କଲେ, ଆପଣ କାହିଁକି ତାଙ୍କୁ ସ୍ପନ୍ସର୍ କରୁ ନାହାନ୍ତି?
ଉତ୍ତର ଦେଇ ଆନନ୍ଦ ଲେଖିଲେ, ‘‘ସେ କିଏ ଖୋଜି ବାହାର କର। କଥା ଦେଉଛି ବାକି ଭାରତ ମ୍ୟାଚ୍ ଦେଖିବା ପାଇଁ ତାଙ୍କ ଟିକେଟ୍ର ମୂଲ୍ୟ ମୁଁ ଦେଇ ଦେବି।