ଛତ୍ରପୁର ଏମ୍ପ୍ଲୟମେଣ୍ଟଏକ୍ସଚେଞ୍ଜରେ ନାମ ଲେଖାଇବା ପାଇଁ ଆସି ଯୁବକ ଯୁବତୀ ହୀନସ୍ଥା

0

ଗଞ୍ଜାମ/ହରପ୍ରସାଦ ବିଶୋଇ: ଏମ୍ପ୍ଲୟମେଣ୍ଟଏକ୍ସଚେଞ୍ଜ ଛତ୍ରପୁର କାର୍ୟ୍ୟାଲୟରେ ଜଣେ ନିଯୁକ୍ତି ପୁଣି ସପ୍ତାହକୁ ଥରେ ଗୁରୁବାର ଖୋଲାଯାଏ । ଗଞ୍ଜାମ ଜିଲ୍ଲା ହେଡକ୍ୱାଟର ଛତ୍ରପୁର ରେ ଏଭଳି ଏକ ଦୟନୀୟ ପରିସ୍ଥିତି ଉପୁଜିଛି । ଯାହା ଅତ୍ୟନ୍ତ ଦୁଃଖ ଓ ପରିତାପ ର ବିଷୟ ଯେ ଗୁରୁବାର ହାଟ ଗହଳି କୁ ୟାଡେ ସରକାରୀ କାର୍ୟ୍ୟାଳୟ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ଯୁବକ ଯୁବତୀ ଙ୍କ ଗହଳି ଧାଡିବାନ୍ଧିବା ଏଠି ଇଏ ଏକ ହାଟ ପସରା ଭଳି ।
ଛତ୍ରପୁର ଏମ୍ପ୍ଲୟମେଣ୍ଟଏକ୍ସଚେଞ୍ଜ ଅଫିସ ନିକଟକୁ ଦୂରଦୂରାନ୍ତ ରୁ ଆସି ଧାଡିକୁ ଧାଡି ହୋଇ ଲମ୍ବାଲାଇନରେ ଯୁବକ ଯୁବତୀ ମାନେ ଘଣ୍ଟା ଘଣ୍ଟା ଧରି ଖରା ହେଉ ଅବା ବର୍ଷା ହେଉ ତିନ୍ତିବୁଡି ହୋଇ ଲାଇନରେ ଛିଡାହେବାକୁ ପଡୁଛି ଜ୍ଝ ଅଗଣିତ ଶିକ୍ଷିତ ଯୁବକ ଯୁବତୀ ଏମ୍ପ୍ଲୟମେଣ୍ଟଏକ୍ସଚେଞ୍ଜରେ ନାମଲେଖାଇବାପାଇଁ ଆସି ଏଭଳି ଅସୁବିଧାର ଶିକାର ହେଉଛନ୍ତି ଜ୍ଝ ସେମାନେ କି ଦୋଷ କରିଛନ୍ତି ଯେ ତାଙ୍କୁ ଏଭଳି ଦଣ୍ଡ ଭୋଗିବାକୁ ପଡୁଛି ବୋଲି ସାଧାରଣରେ ଆଲୋଚନାର ବିଷୟ ହୋଇଛି ଜ୍ଝସୂଚନା ଥାଉକି ଏହି ଅଫିସ ପୂର୍ବେ ଅନ୍ୟସ୍ଥାନରେ ଭଡାରେ ଚାଲୁଥିଲା ଜ୍ଝକିଛି ମାସହେଲା କଲେକଟ୍ରେଟ ନିକଟ ଏକ ସରକାରୀ କୋଠା କୁ ଅଣାଯାଇଛି ଜ୍ଝଯାହା ହେଉ ବିଳମ୍ବରେ ହେଲେ ମଧ୍ୟ ଜିଲ୍ଲାପ୍ରଶାସନ ଏକ ଉଚିତ ପଦକ୍ଷେପ ନେଇଛନ୍ତି ଜ୍ଝକିନ୍ତୁ ଅଫିସ ପରିସରରେ ଅନ୍ତତଃ ପକ୍ଷେ ଟିଣ ବ୍ୟବସ୍ଥା କରିବା କଥା ତାହା ବି ନାହିଁ । ଏହି ଏମ୍ପ୍ଲୟମେଣ୍ଟ ଅଫିସରେ କେବଳ ଜଣେ ମାତ୍ର କର୍ମଚାରୀ ନିଯୁକ୍ତ ହୋଇଛନ୍ତି ତାହାପୁଣି ଏହି ବିଭାଗରେ ଷ୍ଟାଫ ଅଭାଵ ଯୋଗୁ ସପ୍ତାହକୁ ଥରେ ଏହି ଅଫିସ ଖୋଲାଯାଇଥାଏ ଜ୍ଝବ୍ରହ୍ମପୁର ଅଫିସରୁ ଏଠାକୁ ଜଣେ କର୍ମଚାରୀ ପ୍ରତି ସପ୍ତାହର ଗୁରୁବାରଦିନ ହିଁ ଆସି ଅଫିସ ଖୋଲି ବସିଥାନ୍ତି ନିଜ କାର୍ୟ୍ୟ ସମ୍ପାଦନା କରିଥାନ୍ତି । ଜଣେ ଲୋକ ଏହି ଶହଶହ ଯୁବକ ଯୁବତୀ ଙ୍କ କାର୍ୟ୍ୟ ସମ୍ପାଦନା କରିବା ବହୁ କଷ୍ଟକର ବ୍ୟାପାର ଅଟେ ଯାହାକି ପିଲାମାନଙ୍କ ପକ୍ଷରେ ଘଣ୍ଟା ଘଣ୍ଟା ଧରି ଛିଡା ହେବା ବହୁତ କଷ୍ଟସାଧ୍ୟ ଜ୍ଝ ତାହାପୁଣି ଖରା ହେଉ କିମ୍ବା ବର୍ଷାରେ ତିନ୍ତିବା ହେଉ ଏଭଳି ଅବସ୍ଥାପ୍ରତି ପ୍ରଶାସନ ଟିକେ ଦୃଷ୍ଟି ଦିଅନ୍ତେ କି ।
ଏହାର ସନିକଟ ରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ । ଛତ୍ରପୁର ସବଡିଭିଜନ ଅଧିନସ୍ଥ ବହୁ ଦୂରଦୂରାନ୍ତରୁ ପ୍ରାୟତଃ ଏକ ଶହ କିମି ଦୂରରୁ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ନାମ ପଞ୍ଜିକରଣ ଅବା ନବୀକରଣ କରିବାକୁ ଆସିବାକୁ ପଡିଥାଏ । ଗୁରୁବାର ଅସରାଏ ଝିପିଝିପି ବର୍ଷା ପଡ଼ିଥିଲେ ମଧ୍ୟ ପିଲାମାନେ ଧାଡ଼ିବାନ୍ଧି ଛିଡା ହୋଇ ରହି ନିଜର କାର୍ୟ୍ୟ ସରିବା ଯାଏଁ ଛିଡା ହୋଇଥିବା ଦେଖାଦେଇଛି । ପିଲାମାନେ ଧାରଣା ରେ ଛିଡାହେଲା ଭଳି ବର୍ଷାରେ ତିନ୍ତିଛନ୍ତି । ଦୂରରୁ ବାଟଖର୍ଚ୍ଚକରି ଜଳଖିଆ ଟିକକ ଖାଇ ଆସି ଧାଡିବାନ୍ଧି ଛିଡା ହୋଇ ଘଣ୍ଟା ଘଣ୍ଟା ଲାଇନରେ ରହିବା କେତେ କଷ୍ଟ ତାହା ପ୍ରତ୍ୟକ୍ଷ ଦର୍ଶୀ ହିଁ କହିବେ । ସରକାରୀ କଳ କୁ ଆସି ଏଭଳି ଦୁର୍ଦ୍ଦଶା ଭୋଗିବା ଅର୍ଥ ମୋ ସରକାର ର ଯୋଜନା ଏଠି ଫେଲ ମାରିବା ସହ ସମାନ ବୋଲି ବିଭିନ୍ନ ମହଲରେ କୁହାଯାଇଛି । ଜିଲ୍ଲା ହେଡକ୍ୱାଟର ରେ ଯଦି ଏଭଳି ଏକ ଗରୁତ୍ୱପୂର୍ଣ୍ଣ ଅଫିସରେ ଷ୍ଟାଫ ନାହାନ୍ତି । କେବଳ ଜଣେ ମାତ୍ର ସରକାରୀ କର୍ମଚାରୀ କିରାଣୀ ପାହ୍ୟାର ମାତ୍ର ଜଣେ ହିଁ ବ୍ୟକ୍ତିଙ୍କ ଡ୍ୟୁଟି କରିବା କଥା ବିଚାରକୁ ନିଆଯିବା ଉଚିତ । ସାଧାରଣ ଭାବେ ଏହା କି ପ୍ରକାର ସେବା ଦିଆଯାଉଛି ତାହା ଚର୍ଚ୍ଚାର ବିଷୟ ହୋଇଛି । ଜିଲ୍ଲା ହେଡକ୍ୱାଟର ଛତ୍ରପୁର ରେ ଅବସ୍ଥାପିତ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଫିସ ପରିସରରେ ବର୍ଷା ଓ ଖରା ଦାଉରୁ ରକ୍ଷା ପାଇଁ ଅନ୍ତତଃ ପକ୍ଷେ ଟିଣ ବେଢ଼ାଇବା ସହ ପୂର୍ଵଭଳି ଅଫିସରେ ଷ୍ଟାଫବର୍ଦ୍ଧିତ କରାଯାଇ ସବୁଦିନିଆ କାର୍ୟ୍ୟରେ ଲୋକଙ୍କୁ ସେବା ଯୋଗାଇ ମୋ ସରକାର ସମ୍ମାନ ପ୍ରଦାନ ଭଳି ଆଶୁ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହୋଇଉଠିଛି ।