ସାଧାରଣନ୍ତ୍ର ଦିବସ ଅବସରରେ ଜଳକର ଛାଡ଼ କଲେ ଛତିଶଗଡ଼ ସରକାର

0

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର): ଆଜି ଦେଶ ପାଳନ କରୁଛି ୭୦ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଛତିଶଗଡ଼ ସରକାର ଚାଷୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। କୃଷକଙ୍କ ଜଳକର ଛାଡ କରିବାକୁ ଘୋଷଣା କରିଛନ୍ତି । ରାୟପୁରର ପୋଲିସ ପଡ଼ିଆରେ ପତାକା ଉତ୍ତୋଳନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ପ୍ରାୟ ୧୫ ବର୍ଷ ହେବ ଚାଷୀଙ୍କର ଲକ୍ଷ ଲକ୍ଷ ଟଙ୍କାର ଜଳକର ଥିବାରୁ ଏହାକୁ ସେ ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୮ ପର୍ୟ୍ୟନ୍ତ ଥିବା କରକୁ ମାଫ୍‌ କରାଯିବ। ଏଥିପାଇଁ ୨୦୭ କୋଟି ଟଙ୍କା ଭରଣା କରିବାକୁ ପଡିବ।