ଆଇସିଡ଼ିଏସ ପ୍ରକଳ୍ପରେ ଆରମ୍ଭ ହେଲା ଛତୁଆ ମିଶ୍ରଣ ପକ୍ରିୟା

0

(ହରପ୍ରସାଦ ବିଶୋଇ / ରିପୋର୍ଟସ ଟୁଡ଼େ ) : ସମନ୍ୱିତ ଶିଶୁ ବିକାଶ ଯୋଜନାରେ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ଗର୍ଭବତୀ ମହିଳା ଏବଂ ପ୍ରସୂତି ମା ମାନଙ୍କୁ ଅତିରିକ୍ତ ପୁଷ୍ଟିସାଧନ ପାଇଁ ଛତୁଆ ଯୋଗାଣ ପକ୍ରିୟାରେ ସ୍ୱଚ୍ଛତା ଆଣିବା ଏବଂ ଉତ୍କଷ୍ଟ ମାନ ବଜାୟ ରଖିବା ଲକ୍ଷ୍ୟରେ ପ୍ରତି ମାସ ୨୩ ତାରିଖକୁ ଛତୁଅର ମିଶ୍ରଣ ପାଇଁ ସ୍ଥିର କରାଯାଇଛି । ଆଜି ସାରା ରାଜ୍ୟ ୩୩୮ ଟି ଆଇସିଡ଼ିଏସ ପ୍ରକଳ୍ପ ଅଧିନରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଛତୁଆ ମିଶ୍ରଣ ପକ୍ରିୟା ଆରମ୍ଭ ହୋଇଛି । ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାରେ ମିଶ୍ରଣ ପକ୍ରିୟାରେ ସମାଗ୍ରୀର ମାନ , ଛତୁଆ ପ୍ରସ୍ତୁତି କେନ୍ଦ୍ରର ଭିତ୍ତିଭୂମି , ସ୍ୱଚ୍ଛତା ପ୍ରଭୃତିକୁ ତଦାରଖ କରାଯାଇଛି । କେଉଁଝର ଜିଲ୍ଲାରେ ଜିଲ୍ଲାପାଳ ଛପସ୍ଥିତ ରହି ଏହି ଛତୁଆ ମିଶ୍ରଣ କାର୍ଯ୍ୟର ତଦାରଖ କରିଥିଲେ । ଏହା ଦ୍ୱାରା ଛତୁଆ ଯୋଗାଣ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଆସିବା ସହ ହିତାଧିକାରୀ ମାନେ ଉନ୍ନତମାନର ଛତୁଆ ପାଇ ପାରିବେ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଆଶା ବ୍ୟକ୍ତ କରିବା ସହ ଏହି ପକ୍ରିୟା ସହ ଜଡ଼ିତ ସବୁ ଅଧିକାରୀ ମାନେ ଗାଇଡ଼ ଲାଇନର ଅନୁପାଳନ କରିବାକୁ ଦିର୍ଦ୍ଦେଶ ଦେଇଛନ୍ତି ।