ଭୁବନେଶ୍ୱର : ମଜୁନୁ ସତ୍ୟଜିତ ସାମଲ ଗିରଫ ଘଟଣା | ପୁଣି ଥରେ 5 ଦିନିଆ ରିମାଣ୍ଡରେ ଆସିବ ସତ୍ୟଜିତ | ଦ୍ୱିତୀୟ ଥର 10 ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଥିଲା କ୍ୟାପିଟାଲ ଥାନା ପୋଲିସ | ଦ୍ୱିତୀୟ ଥର ରିମାଣ୍ଡରେ ଆସିଲେ ପୋଲିସ ଆଗରେ ସତ ଓଗାଳିବ ସତ୍ୟଜିତ |
ମଜନୁ ସତ୍ୟଜିତ ନାଁରେ ପୁଣି ଠକେଇ ଅଭିଯୋଗ ଆସିଛି । ଅଭିଯୋଗ ଆଣିଛନ୍ତି ବ୍ରହ୍ମପୁରର ଜଣେ ଯୁବତୀ । ଯୁବତୀଙ୍କଠାରୁ ୧ ଲକ୍ଷ ୬୦ ହଜାର ଟଙ୍କା ଠକିଛି ମଜନୁ ସତ୍ୟଜିତ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସୂଚନା ଦେଇଛନ୍ତି ।
ଡିସିପିଙ୍କ କହିବାନୁଯାୟୀ, ମଜନୁଙ୍କ ଆଉ ଏକ ନିଶାନ ମ୍ୟାଗ୍ନେଟ ଗାଡ଼ି ଜବତ ହୋଇଛି । ତାକୁ ପୁଣି ରିମାଣ୍ତରେ ନେବା ପାଇଁ ଆବେଦନ କରିଛୁ । ଠକାମୀର ଶିକାର ହୋଇଥିଲେ କ୍ୟାପିଟାଲ ଥାନାରେ ଅଭିଯୋଗ କରନ୍ତୁ । ଅଭିଯୋଗକାରିଣୀଙ୍କ ନାମ ଗୋପନୀୟ ରଖାଯିବ । ୨୦୨୨ ରୁ ସେ ମହିଳାଙ୍କୁ ଠକୁଛି, ଏନେଇ ଆମକୁ ପ୍ରମାଣ ମିଳିଛି । ଯିଏ ବି ଏଥିରେ ସାମିଲ ଅଛନ୍ତି, ସେମାନଙ୍କୁ ଚହ୍ନଟ କରି ତଦନ୍ତ କରାଯିବ ।