ବୁର୍ଲା : ଅନ୍ଧାରରେ ଚିକିତ୍ସା ହୋଇଛି ରୋଗି ଚିକିତ୍ସା । ୩ଘଣ୍ଟା ଧରି ବିଦ୍ୟୁତ କାଟ ହୋଇଥବାରୁ ଅନ୍ଧାରରେ କର୍କଟ ରୋଗଙ୍କ ହୋଇଛି କେମୋ ଥେରାପି । ମୋବାଇଲ ଆଲୁଅରେ ଦିଆଯାଇଥିଲା ରୋଗୀଙ୍କୁ କେମୋ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ବୁର୍ଲ୍ଲା ଭୀମସାର ମେଡିକାଲରେ । ବିନା କୌଣସି ପ୍ରାକ୍ ସୂଚନା ରେ ବିଦ୍ୟୁତ ବିଭାଗ ବିଦ୍ୟୁତ କାଟ କରିଥିଲା । ଫଳରେ ଅନ୍ଧାରରେ ପଡି ରହିଥିଲେ କୋମା ଚିକିତ୍ସା ନେଉଥିବା କର୍କଟ ରୋଗୀ । ଜରୁରୀ ପରିସ୍ଥିତିରେ କିଛି ରୋଗୀଙ୍କୁ ବାଧ୍ୟ ହୋଇ ମୋବାଇଲ ଲାଇଟରେ କେମୋ ଚିକିତ୍ସା ଦିଆଯାଇଥିବା ଦେଖିବାକୁ ମିଳିଛି । ସେପଟେ ଏହି ଘଟଣାକୁ ନେଇ ମେଡିକାଲ ଅଧୀକ୍ଷକ କହିଛନ୍ତି ଯେଉଁ ଠିକା ସଂସ୍ଥା ବିଦ୍ୟୁତ ମରାମତି କାମ ନେଇଛି । ସେମାନଙ୍କର ଅବହେଳା ରହିଛି । ତେଣୁ ଏହି ଘଟଣାରେ ଯାହା ଭୁଲ ରହିଛି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।