ଗୋଟିଏ ବିସ୍କୁଟ କମ୍ ଥିବାରୁ କମ୍ପାନୀକୁ ଦେବାକୁ ପଢିବ ୧ଲକ୍ଷ ଟଙ୍କା ଜରିମାନା । ଏ କଥାଟି ଆପରଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏପରି ଘଟଣା ଘଟିଛି ତାମିଲନାଡୁର ତିରୁବଲ୍ଲୁବର ଠାରେ । ସେଠାରେ ଥିବା ଏକ ବିସ୍କୁଟ କମ୍ପାନୀ ଏବେ ଜଣେ ଗ୍ରାହକଙ୍କୁ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ । ଚେନ୍ନାଇରେ ରହୁଥିବା ଅଭିଯୋଗକାରୀ ପି.ଦିଲ୍ଲୀବାବୁ ନିଜ ଅଭିଯୋଗରେ ବିସ୍କୁଟ ପ୍ୟାକେଟରେ ୧୬ ଖଣ୍ଡ ବିସ୍କୁଟ ଥିବା କଥା ଲେଖାଯାଇଥିବା ବେଳେ ବାସ୍ତବରେ ପ୍ୟାକେଟରେ ୧୫ ଖଣ୍ଡ ବିସ୍କୁଟ ରହିଥିଲା ।
ଉକ୍ତ କମ୍ପାନୀର ବିସ୍କୁଟ ପ୍ୟାକେଟରେ ଗୋଟିଏ ବିସ୍କୁଟ କମ୍ ଥିଲା । ଏନେଇ ଗ୍ରାହକ ଜଣକ ଜିଲ୍ଲା ଉପଭୋକ୍ତା ଫୋରମରେ ଅଭିଯୋଗ କରିଥିଲେ କି ଆଇଟିସିର ବିସ୍କୁଟ ବ୍ରାଣ୍ଡ ସନଫିଷ୍ଟ ମେରୀ ଲାଇଟ ପ୍ୟାକେଟରେ ଲେଖା ଯାଇଥିବା ବିସ୍କୁଟ ସଂଖ୍ୟା ତୁଳନାରେ ଗୋଟିଏ ବିସ୍କୁଟ କମ୍ ରହିଥିଲା କେଶ କରଇଥିଲେ । ଦେଶୀ ସାବ୍ୟସ୍ତ କରିବା କାରଣରୁ ଗ୍ରାହକଙ୍କୁ ଜରିମାନା ଦେବାକୁ ଆଦେଶ ଦେଇଛନ୍ତି ।