ପୋଲିସ ଗୁଳିରେ ୭ନକ୍ସଲ ମୃତ

0

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ସକାଳେ ରାଜନନ୍ଦଗାଓଁ ଅନ୍ତର୍ଗତ ସୀତାଗୋଟା ଜଙ୍ଗଲରେ କେତେକ ନକ୍ସଲ ଲୁଚି ରହିଥିବା ପୋଲିସ ଖବର ପାଇଥିଲା । ଏହାପରେ ପୋଲିସ ଓ ଡିଆରଜି ଯବାନମାନେ ସେଠାରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖିବା ପରେ ନକ୍ସଲମାନେ ପ୍ରଥମେ ଗୁଳି ଚଳାଇଥିଲେ । ଯବାନମାନେ ଏହାର କଡା ଜବାବ ଦେଇଥିଲେ । ଏହି ଗୁଳି ବିନିମୟରେ ୭ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଗୋଳା ବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏବେ ମଧ୍ୟ ଅପରେସନ ଜାରି ରହିଥିବା ଛତିଶଗଡ ଡିଜି ସୂଚନା ଦେଇଛନ୍ତି ।