ଛତ୍ରପୁର: ଗିରଫ ହେଲେ ଛତ୍ରପୁର ବିଇଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଭିଜିଲାନ୍ସ ଚଢାଉ ବେଳେ ବିଇଓ ସୀତାରାମଙ୍କର ବ୍ୟାପକ ସମ୍ପତ୍ତି ଠାବ ହୋଇଥିଲା । ବିଇଓଙ୍କର ୩ଟି ବହୁତଳ କୋଠା ଠାବ ହେବା ସହ ସେଠାରୁ ମିଳିଥିଲା ୬.୫୦ ଲକ୍ଷ ନଗଦ ଟଙ୍କା । ଏହାସହ ବ୍ୟାଙ୍କ ଜମା ୩୫.୬୧ ଲକ୍ଷ ଟଙ୍କା ଠାବ ହୋଇଥିବା ବେଳେ ଗୋଟିଏ କାର୍ ମଧ୍ୟ ଜବତ ହୋଇଥିଲା ।
ସୂଚନା ଅନୁଯାୟୀ , ଗତକାଲି ବିଇଓଙ୍କର ଗଞ୍ଜାମ ଜିଲ୍ଲାର ଛତ୍ରପୁର ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହରର ରାମ କୃଷ୍ଣନଗରରେ ଥିବା ଘର ସମେତ ୩ଟି ସ୍ଥାନ ଓ ପୋଲସରାର ୨ଟି ସ୍ଥାନରେ ଏକାକାଳୀନ ଚଢାଉ କରାଯାଇଥିଲା।