ଭୁବନେଶ୍ବର: ଛତିଶଗଡ଼ କଲମା ବ୍ୟାରେଜ ଖୋଲିଦେବାରୁ ହୀରାକୁଦରେ ବର୍ଷାପାଣି ପ୍ରବେଶ କରିଛି। କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିଦେଇଛି ଛତିଶଗଡ । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସମସ୍ତ ଗେଟ୍ ଖୋଲାଯାଇଛି, ଯାହାଫଳରେ ହୀରାକୁଦରେ ବର୍ଷା ପାଣି ପଶିବା ଆରମ୍ଭ ହୋଇଛି। କଲମା ଗେଟ୍ ଖୋଲିବା ଫଳରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଛି। ଜଳଭଣ୍ଡାରକୁ ବର୍ତ୍ତମାନ ୧ ଲକ୍ଷ ୧୮ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୩. ୬୭ ଫୁଟ। ତେବେ କଲମାର ସମସ୍ତ ଗେଟ୍ ଖୋଲିଲେ ମଧ୍ୟ ହୀରାକୁଦ ଜଳଭଣ୍ଡାରକୁ କୌଣସି ବିପଦ ନାହିଁ ବୋଲି କହିଛନ୍ତି ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ।