ରାଜଧାନୀରେ ଡେରା ପକାଇଛି ଛତିସ୍ ଗଡ଼ ପୋଲିସ। ଡିଷ୍ଟ୍ରିବୁଟର ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରିଥିବା ମମଲାରେ ଅଭିଯୁକ୍ତ ରଜନୀକାନ୍ତ ଲେଙ୍କାଙ୍କୁ ଧରିବାକୁ ପ୍ରୟାସ ଚଳାଇଛି ଛତିଶଗଡ ପୋଲିସ। ଅଭିଯୁକ୍ତ ରଜନୀ ମୁଖ୍ୟମନ୍ତ୍ରୀ ମୋହନ୍ ମଝିଙ୍କ ସହ ଉଠାଇ ଥିବା ଫଟୋକୁ ଡିପି ରଖି ପୋଲିସ୍ ଓ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି।
ରସୁଲଗଡ ଛକ ସ୍ଥିତ ତୃପ୍ତି ହୋଟେଲରେ ଗୁରୁବାର ରାତିରେ ରେଡ୍ କରିଛି ଛତିସ୍ ଗଡ଼ ପୋଲିସ୍। ଅଭିଯୁକ୍ତ ହୋଟେଲ ମାଲିକଙ୍କ ସ୍କୁଟି ନେଇ ଫେରାର ହୋଇଗଲେ। ଛତିଶଗଡ ପୋଲିସ ରାଗରେ ହୋଟେଲ ମାଲିକଙ୍କୁ ଉଠାଇନେଲା।
ମାତ୍ର ଛତିଶଗଡ ପୋଲିସ ରେଡ୍ ନେଇ ସ୍ଥାନୀୟ ପୋଲିସ ନିକଟରେ କିଛି ସୁଚନା ନାହିଁ। ତେଣୁ ମଞ୍ଚେଶ୍ୱର୍ ପୋଲିସ କିଛି ସହଯୋଗ କରି ପାରିନିନାହିଁ । ଅଭିଯୁକ୍ତ ରଜନୀ ନିଜ କାର ଛାଡ଼ି ଫେରାର ଥିବା ବେଳେ ଧରିବାକୁ ପୋଲିସ ଉଦ୍ୟମ ଜାରି ରହିଛି।