ବେଆଇନ ବନ୍ଧୁକ ତିଆରି କରି ଚାଲାଣ ଅଭିଯୋଗରେ ମାଡି ବସିଲା ଛତିଶଗଡ଼ ଏସଟିଏଫ

0

କଳାହାଣ୍ଡି/ଗୋଲାପ ସାହୁ : ଦିନକୁ ଦିନ ବଢିଚାଲିଛି ବେଆଇନ ବନ୍ଧୁକ ଚୋରାଚାଲାଣ | କଳାହାଣ୍ଡିରୁ ଛତିଶଗଡ଼ ବେଆଇନ ଭାବେ ବନ୍ଧୁକ ଚାଲାଣ ହେଉଥିବା ନେଇ ବଡ଼ ଧରଣର ଚଢ଼ାଉ କରିଛି ଏସଟିଏଫ | ସୂଚନାନୁସାରେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁ ରେ ବେଆଇନ ଭାବେ ବନ୍ଧୁକ ତିଆରି ହୋଇ ସୀମାନ୍ତ ରାଜ୍ୟ ଛତିଶଗଡ଼କୁ ଚାଲାଣ ହେଉଥିଲା | ଏହି ଖବର ପାଇ ଛତିଶଗଡ଼ ଏସଟିଏଫ ମଙ୍ଗଳପୁର ରେ ବଡ଼ ଧରଣର ଚଢ଼ାଉ କରିଛି।

ପ୍ରାଥମିକ ସୂଚନା ଅନୁଯାୟୀ ଆଜି ଛତିଶଗଡ଼ ଓ କଳାହାଣ୍ଡି ବନ ବିଭାଗ ସହ ଏସଟିଏଫ ମଙ୍ଗଳପୁର ଗ୍ରାମର ୨୫ ରୁ ଉର୍ଦ୍ଧ୍ବ ଘରରେ ଚଢ଼ାଉ କରିଥିଲେ।ସେଥିରେ ବନ୍ଧୁକ ତିଆରି ରେ ବ୍ୟବହାର ହେଉଥିବା ଅନେକ ସମ୍ବେଦନଶୀଳ ସାମଗ୍ରୀ ଜବତ କରାଯାଇଛି ।ଏହି ବନ୍ଧୁକ ତିଆରି ରେକେଟ ରେ ସାମିଲ ଥିବା ୪ ରୁ ୫ ଜଣ ବ୍ୟକ୍ତିକୁ ଜୟପାଟଣା ଫରେଷ୍ଟ ରେଞ୍ଜ ଅଫିସ ରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ଏହି ରାକେଟର ମୁଖ୍ୟ କିଙ୍ଗପିନ ଡାକ୍ତରଖାନା ଯାଇଥିବା ଜଣାପଡିଛି |