ଆବଶ୍ୟକ ସାମଗ୍ରୀ : ଚିକେନ୍, ଲୁଣ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ପିଆଜ, ଅଦା, ରସୁଣ ପେଷ୍ଟ, କଲର ପାଉଡର, ସୋରିଷ ତେଲ, ଚିକେନ ପାଉଡର, ଗରମ ମସଲା ଓ ବଜାରରେ ମିଳୁଥିବା ଶୁଖା ଗୁପଚୁପ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରେ ମିଳୁଥିବା ଶୁଖା ଗୁପଚୁପକୁ ଆ।ଣି ତାକୁ ଛାଣି ଏକ ପାତ୍ରରେ ରଖି ଦିଅନ୍ତୁ । ପରେ ଛୋଟ ଛୋଟ ପିସ୍ ହୋଇଥିବା ଚିକେନକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ପରେ କରେଇରେ ସୋରିଷ ତେଲ ଗରମ କରନ୍ତୁ । ସେଥିରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଲାଲ ହୋଇଯିବା ପରେ ସେଥିରେ ପିଆଜ, ଅଦା ଓ ରସୁଣ ପେଷ୍ଟ ପକାନ୍ତୁ । ତାକୁ ଭଲ ଭାବରେ କଷନ୍ତୁ । ଏହା ପରେ ସେଥିରେ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଓ ଧନିଆ ଗୁଣ୍ଡ, ଚିକେନ କରି ପାଉଡର ପକାନ୍ତୁ । ଏହା ସହ କିଛି କଲର ପାଉଡର ପକାଇ ଭଲ ଭାବରେ କଷନ୍ତୁ । ଏବେ ସେଥିରେ ସ୍ୱାଦ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ | ମସଲା ଭଲ ଭାବେ କଷି ହୋଇଯିବା ପରେ ପ୍ଲେଟରେ ଥିବା ଚିକେନ୍ ପକାଇ କଷନ୍ତୁ ।
ଗ୍ୟାସକୁ ସିମ୍ କରି ସିଝିବା ପାଇଁ କିଛି ସମୟ ଛାଡି ଦିଅନ୍ତୁ । ଏହା ସିଝିବା ପରେ ସେଥିରେ ଗରମ ମସଲା ପକାଇ ଓହ୍ଲାଇ ଦିଅନ୍ତୁ । ଏଥର ପ୍ରସ୍ତୁତ ହୋଇଗଲା ଗୁପଚୁପ ପାଇଁ ଚିକେନ୍ ମସଲା । ଏହାପରେ ପୁଦିନା ପତ୍ରରେ ଲୁଣ ମିଶାଇ ତାକୁ ଗ୍ରାଇଣ୍ଡିଂ କରି ଚଟଣୀ ପ୍ରସ୍ତୁତ କରନ୍ତୁ। ଏହା ପରେ ଛଣା ଗୁପଚୁପରେ ଚିକେନ ମସଲା ପୂରକୁ ପୁରାନ୍ତୁ । ସେଥିରେ ଟିକିଏ ପୁଦିନା ଚଟଣି ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଚିକେନ ଗୁପଚୁପ ।