ଚିଦାମ୍ବରମଙ୍କ ଅଡୁଆ ବଢାଇଲେ ସୁଚ୍ଚା ରାଓ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥ ସଚିବ ସୁବ୍ବା ରାଓଙ୍କ ବୟାନକୁ ନେଇ ଗିରଫ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ଅଡ଼ୁଆ ବଢିବ । ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବତନ ଅର୍ଥ ସଚିବ ସୁବ୍ବା ରାଓଙ୍କ ବୟାନ୍ ରେକର୍ଡ କରିଛି।
ପୂର୍ବତନ ଅର୍ଥ ସଚିବ ସୁବ୍ବା ରାଓ କହିଛନ୍ତି, ବିଦେଶୀ ପୁଞ୍ଜି ନିବେଶ ପରିଚାଳନା ବୋର୍ଡ ଏଫ୍ଆଇପିବି ସହ ଆଲୋଚନା କରି ନଥିଲା। ମେ’ ୧୫, ୨୦୧୭ରେ ଆଇଏନ୍ଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପାଣ୍ଠି ନିବେଶ ପାଇଁ ମିଳିଥିବା ଏଫ୍ଆଇପିବି ମଂଜୁରିରେ ଅନିୟମିତତା ହୋଇଥିବା ଅଭିଯୋଗ ସତ।
ସୂଚନା ଯୋଗ୍ୟ, ସିବିଆଇ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ପି ଚିଦମ୍ବରମଙ୍କୁ ଗିରଫ କରିବା ପରେ ତାଙ୍କୁ ଜେରା କରିଥିଲା । ୨୬ ତାରିଖ ପର୍ୟ୍ୟନ୍ତ ସିବିଆଇ ରିମାଣ୍ଡରେ ରହିଛନ୍ତି ଚିଦାମ୍ବରମ୍ ।