ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା, ଜଷ୍ଟିସ୍ ବି.ଆର. ଗଭାଇଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି

0

ନୂଆଦିଲ୍ଲୀ: ଭାରତର ଆଗାମୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଭୂଷଣ ଆର ଗଭାଇ । ଗଭାଇଙ୍କ ନାମକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆଇନ ମନ୍ତ୍ରଣାଳୟକୁ ସୁପାରିସ ପଠାଯାଇଥିଲା । ବର୍ତ୍ତମାନ ଭାରତର ପ୍ରଧାନ ବିଚାରପତି ଥିବା ସଞ୍ଜୀବ ଖାନ୍ନା ଆଗାମୀ ମେ ୧୩ ତାରିଖରେ ଅବସର ନେବାକୁ ଯାଉଛନ୍ତି । ପରମ୍ପରା ଅନୁଯାୟୀ, ବର୍ତ୍ତମାନର ମୁଖ୍ୟ ବିଚାରପତି ତାଙ୍କ ଉତ୍ତରାଧିକାରୀ ଭାବରେ ଜଣେ ଯୋଗ୍ୟ ବିଚାରପତିଙ୍କ ନାମକୁ ସୁପାରିସ କରିଥାନ୍ତି ।

ଜଷ୍ଟିସ୍ ଗଭାଇ ଭାରତର ୫୨ତମ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ମେ ୧୪ରେ ଦେଶର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ବି.ଆର. ଗଭାଇ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଜଷ୍ଟିସ୍ ଗଭାଇ ନଭେମ୍ବର ମାସରେ ଅବସର ନେବାକୁ ଯାଉଥିବାରୁ ସେ ପ୍ରାୟ ଛଅ ମାସ ପାଇଁ ଭାରତର ମୁଖ୍ୟ ବିଚାରପତି ଭାବରେ ଦାଇତ୍ୱ ତୁଲାଇବେ ।