ଭୁବନେଶ୍ବର; ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମୃତ ଛାତ୍ରୀଙ୍କ ପରିବାରକୁ ସରକାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସୌମ୍ୟାଶ୍ରୀଙ୍କ ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଦେବେ । ଏନେଇ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି ।
ସୂଚନା ଥାଉକି, କଲେଜ ଅଧ୍ୟକ୍ଷଙ୍କ ନିର୍ଯାତନା ସହିନପାରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଫଳରେ 3ଦିନ ଧରି ଭୁବନେଶ୍ବର ଏମ୍ସରେ ମୃତ୍ୟୁ ସହିତ ଲଢିବା ପରେ ଶେଷରେ ରାତିଅଧରେ ଆଖି ବୁଜିଥିଲେ ଛାତ୍ରୀ ମୌମ୍ୟା । ଯାହାକୁ ନେଇ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି ।