ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ

0

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାଉସ ଆଭେନ୍ୟୁ କୋର୍ଟରୁ ମିଳିଛି ବଡ ଝଟକା । କୋର୍ଟ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ କରିଛନ୍ତି । କେଜ୍ରିୱାଲ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସାତ ଦିନର ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ । ଏହି ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଜେଲ ପ୍ରଶାସନ କେଜ୍ରିୱାଲଙ୍କ ଅସୁସ୍ଥତା ସମ୍ବନ୍ଧରେ ଯାଞ୍ଚ କରନ୍ତୁ ।ସେପଟେ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନକୁ ବିରୋଧ କରି ଇଡି କହିଛି ଯେ କେଜ୍ରିୱାଲ କୋର୍ଟଙ୍କୁ ବିଭ୍ରାନ୍ତ କରୁଛନ୍ତି ।
ଅରବିନ୍ଦ କେଜ୍ରିୱାଲ ନିର୍ବାଚନ ପ୍ରଚାର ପାଇଁ ୨୧ ଦିନର ମଧ୍ୟବର୍ତ୍ତୀ କାଳୀନ ଜାମିନରେ ମୁକ୍ତ ହୋଇଥିଲେ । ତାଙ୍କ ଜାମିନ ଜୁନ ୨ ତାରିଖରେ ଶେଷ ହୋଇଥିବାରୁ ସେ ପୁଣି ଜେଲକୁ ଫେରି ଯାଇଛନ୍ତି । ତେବେ ଏହା ପୂର୍ବରୁ କେଜ୍ରିୱାଲ ତାଙ୍କ ସ୍ୱାସ୍ଥ୍ୟ ଖରାପ ଏବଂ ମେଡିକାଲ ଟେଷ୍ଟକୁ ଦର୍ଶାଇ ଆହୁରି ୭ ଦନ ଜାମିନ ଆବେଦନକୁ ବଢାଇବାକୁ କୋର୍ଟକୁ ଅନୁରୋଧ କରିଥିଲେ ଏହି ଆବେଦନ ଉପରେ କୋର୍ଟରେ ଶୁଣାଣି ହୋଇଥିଲା । କିନ୍ତୁ ଇଡି ଏହାକୁ ବିରୋଧ କରିଥିଲା ।