ପୂର୍ବ ସରକାରର ଶିକ୍ଷା ବ୍ୟବସ୍ତାକୁ ଆକ୍ଷେପ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ପୂର୍ବ ସରକାରର ଶିକ୍ଷା ବ୍ୟବସ୍ତାକୁ ଆକ୍ଷେପ କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଦ୍ୟାଳୟ ଭିତିଭୂମି ସୁଦୃଢ ନାହୁଁ, ଶିକ୍ଷକ ମାନବ ସମ୍ବଳରେ ଆମେ ପଛରେ ଅଛୁ । ପୂର୍ବ ସରକାର ସମୟରେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉନଥିଲେ ।  କିଛି ବିଦ୍ୟାଳୟରେ ଆଦୌ ଭିତିଭୂମି ନାହିଁ ।  ଭଙ୍ଗା କୁଡ଼ିଆରେ, ବାରଣ୍ଡାରେ ଏବଂ ଗଛମୂଳରେ ଶିକ୍ଷାଦାନ ଦିଆଯଉଛି, ଏହାକୁ ସ୍ୱୀକାର କରିବାକୁ ପଡ଼ିବ ।  ନୂଆ ସରକାର ଏହାକୁ ଗୁରୁତର ସହିତ ନେଇଛନ୍ତି, 13.4 % ଅଧିକ ବଜେଟ ରହିଛି ।  ଗୋଟେ ଶ୍ରେଣୀରେ ଚାରୋଟି ଶ୍ରେଣୀର ପାଠପଢ଼ା ହେଉଥିଲା, ପିଲାଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ମୁହଁ କରି ବସାଯାଇ ପାଠ ପଢ଼ାଯାଉଥିଲା ।  ଗତ ସରକାରର ଫାଇଭ ଟି ସ୍କୁଲକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ ।  ପୂର୍ବ ସରକାର ଶିକ୍ଷାର ରୂପାନ୍ତରଣ କଲେ, ପ୍ରାଥମିକ ଶିକ୍ଷା ବ୍ୟବସ୍ତାକୁ ନ ସଜାଡି ସ୍ମାର୍ଟ ସ୍କୁଲ କଲେ ।  ଫାଇଭ ଟି କଲେ, ପୁରୁଣା କାନ୍ଥରେ ରଙ୍ଗଦେଲେ ରୂପାନ୍ତରଣ ହୁଏ ନାହିଁ । ଶିକ୍ଷା ବ୍ୟବସ୍ତାକୁ ବ୍ୟାପକ ଅବ୍ୟବସ୍ଥା ମଧ୍ୟକୁ ଠେଲି ଦିଆଯାଇଥିଲା ।  24 ବର୍ଷ ଶାସନ କାଳରେ ଦୁର୍ଭାଗ୍ୟଜନକ ସ୍ଥିତି ଥିଲା ।