ଜୟପୁର : ରାଜସ୍ଥାନ କଂଗ୍ରେସରେ ଚାଲିଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜସ୍ଥାନରେ କଂଗ୍ରେସ ସରକାର ଗଠନ କରିବା ପରଠାରୁ ଦଳ ଭିତରେ ବିବାଦ ବଢ଼ି ବଢ଼ି ଚାଳିଛି । ମୁଖ୍ୟମନ୍ତ୍ରୀ ଗେହେଲଟଙ୍କ ଭାଷଣ ପରେ ଦଳ ଭିତରେ ଥିବା ବିବାଦ ପୁଣିଥରେ ଦାନା ବାନ୍ଧିଛି । ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସଚିନ୍ ପାଇଲଟ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗେହେଲଟ ସୋନିଆ ଗାନ୍ଧୀଙ୍କୁ ନିଜ ନେତା ନ ମାନି ବରଂ ବସୁନ୍ଧରା ରାଜେଙ୍କୁ ନିଜ ନେତା ମାନୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ଗେହେଲଟଙ୍କ ବିବୃତ୍ତି ସମ୍ପର୍କରେ ଶ୍ରୀ ପାଇଲଟ କହିଛନ୍ତି ଯେ, ଗୋଟିଏ ପଟେ ବିଜେପି ଆମ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ବସୁନ୍ଧରା ରାଜେଙ୍କ ଦ୍ୱାରା ଆମ ସରକାରର ଉଦ୍ଧାର କରାଯାଇଥିବା କଥାଟି ସ୍ପଷ୍ଟ ହେବା ଉଚିତ ।