ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ବୁଢାବାହାଲ ଗ୍ରାମ ପଂଚାୟତର କୁଟୁରାମୁଣ୍ଡା ଗ୍ରାମରେ ସଇଁତଲା ବ୍ଲକ ସ୍ଥରୀୟ ମୁଖ୍ୟମନ୍ତ୍ରୀ ମସ୍ୟଯିବି କଲ୍ୟାଣ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ସହକାରୀ ମସ୍ୟ ଅଧିକାରୀ ସୁଜିତ କୁମାର ମହାନ୍ତି ଙ୍କ ନେତୃତ୍ୱ ରେ ଜିଲ୍ଲା ମସ୍ୟ ଅଧିକାରୀ ଉମେଶ ଧରୁଆ ଉପସ୍ଥିତ ଥିବା ବେଳେ ଟିଟିଲାଗଡ଼ ସହକାରୀ ମସ୍ୟ ଅଧିକାରୀ ଓମକାର ପାତ୍ର ଜିଲ୍ଲା ସ୍ଥରୀୟ ସଫଳ ମସ୍ୟ ଚାଷୀ ତଥା ରାଜ୍ୟସ୍ଥରୀୟ ପୁରସ୍କୃତ ହୋଇଥିବା ପ୍ରମୋଦ କୁମାର ଗହୀର ଉପସ୍ଥିତଥିଲେ । ମାଛଚାଷ କରିବା ନିମନ୍ତେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ମାନଙ୍କୁ ୩ ରୁ ୫ ବର୍ଷ ଲିଜ ବୈବସ୍ଥା କରାଯାଇଛି । ଏଠାରେ ମହିଳା ମାନେ ସ୍ୱାବଲମ୍ବୀର ସୁଯୋଗ ସୃଷ୍ଟି କରିପାରିବେ ମସ୍ୟ ଉତ୍ପାଦନ ବୁଦ୍ଧି ହେବା ସହ ଅପପୃଷ୍ଟି ଦୂରୀକରଣ ହୋଇପାରିବ । ଏଠାରେ ବ୍ଲକ ର ବିଭିନ୍ନ ସ୍ୱୟଂସହାୟିକା ମହିଳା ଗୋଷ୍ଠୀ ଅଂଶ ଗ୍ରହଣ କରିଥିବା ବେଳେ ଉପସ୍ଥିତ ଥିବା ମହିଳା ମାନଙ୍କୁ ମସ୍ୟ ଚାଷ କିପରି ଭାବରେ କରିବା ଏବଂ ଏହାର ଯତ୍ନ କେଉଁ ପ୍ରକେରେ ନିଆ ଯାଇଥାଏ ଏହି ଉପରେ ପୁଙ୍ଖାନୁ ପୁଙ୍ଖ ଭାବରେ ଅଧିକାରୀ ମାନେ ଦିଗଦର୍ଶନ ଦେଇଥିଲେ ।