ଭୁବନେଶ୍ୱର: ଓଡ଼ିଶାରେ ଆଜିଠୁ ବିଧି ବଦ୍ଧ ଭାବେ ଗଡିବ ଡବଲ ଡେ଼କର ବସ । ଗାଡ଼କଣରୁ ଜନତା ମୈଦାନ ଗଡ଼ିଲା ବସ । ତେବେ ବୁଧବାର ଠାରୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ହେବାକୁ ଥିବା ବେଳେ ଆଜି ଡବଲ୍ ଡେକର ବସର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି ।5ଟି ଡବଲ ଡେକର, 10ଟି ହପ୍ ଅନ୍ ଅଫ୍ ବସର ମଧ୍ୟ ଶୁଭାରମ୍ଭ କରାଯାଇଛି।
ଏଥିସହିତ 25ଟି ଶ୍ରୀମନ୍ଦିର ପ୍ରଶାସନର ବସର ମଧ୍ୟ ଶୁଭାରମ୍ଭ ହୋଇଛି |ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଆଜି ଏହି ସବୁ ବସଗୁଡ଼ିକର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । କ୍ରୁଟ ଏହି ସବୁ ପରିଚାଳନା କରିବ । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଡବଲ ଡେ଼କର ବସରେ ବସି ଜନତା ମଇଦାନ ଯିବାର କାର୍ଯକ୍ରମ ରହିଛି ।
ଏହି ଅବସରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁବନେଶ୍ୱର ସାଂସଦ ଆପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ଏକାମ୍ରା ବିଧାୟକ ବାବୁ ସିଂ ଯୋଗ ଦେଇଥିଲେ।ଡବଲ୍ ଡେକର୍ ଏବଂ ହପ୍-ଅନ୍ ହପ୍-ଅଫ୍ ବସ୍ ଶୁଭାରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନ୍ୟ ଅତିଥିମାନଙ୍କ ସହିତ ଜନତା ମଇଦାନ ପର୍ଯ୍ୟନ୍ତ ଗୋଟିଏରେ ଡବଲ୍ ଡେକର୍ ବସ୍ ରେ ଯାତ୍ରା କରିଥିଲେ।
ଏହି ବସ୍ ସେବା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଜାନୁଆରୀ ୧୦ ପର୍ଯ୍ୟନ୍ତ ଚାଲିବ। ପ୍ରଭାସ ଭାରତୀ ଦିବସ ଇଭେଣ୍ଟରେ ଏହି ସମସ୍ତ ବସ୍ ସେବା ବ୍ୟବହାର କରାଯିବ ବୋଲି ସୂତ୍ରରୁ ପ୍ରକାଶ ଯେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ବସ୍ରେ ଫେରିବେ।