ଚିଟଫଣ୍ଡରେ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

0

ଭୁବନେଶ୍ୱର:  ଚିଟଫଣ୍ଡରେ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ କହିଲେ ମୁଖ୍ୟମନ୍ତ୍ରୀ | କହିଲେ ମୁଁ ବି ହୋଇଥିଲି ଠକେଇର ଶିକାର | 1990 ଏବଂ 2002 ମସିହାରେ ଠକେଇର ଶିକାର ହୋଇଥିଲି ମୁଖ୍ୟମନ୍ତ୍ରୀ | ଚିଟଫଣ୍ଡ ସଂସ୍ଥା ଦ୍ୱାରା  ଗୋଟିଏ ସରକାରୀ ଏବଂ ଗୋଟିଏ ବେସରକାରୀ ସଂସ୍ଥା ମୋତେ ଠକିଥିଲେ | ପଇସା ଯୋଗାଡ଼ କରି ଦେଲି ହେଲେ ପରେ ଦେଖିଲା ବେଳେକୁ ସଂସ୍ଥା ନାହିଁ | 1986 ଆଇନରେ ଅପିଲ ବି କରିଥିଲି କିନ୍ତୁ ରାସ୍ତା ଏତେ ଜଟିଳ ଥିଲା | ପଇସା ମିଳିଲାନି | 1986 ଆଇନକୁ 2019 ରେ ସଂଶୋଧନ କରାଯଇଛି | ମୋଦୀଙ୍କ ଦିଗଦର୍ଶନରେ ଏହି ସବୁ ଗଳା ବାଟ ବନ୍ଦ ହୋଇଛି |