୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

0

ଭୁବନେଶ୍ୱର: ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ତେବେ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଭାରତ ମଣ୍ଡପମରେ ଥିବା ସରକାରୀ କାର୍ୟ୍ୟକ୍ରମରେ ହେବେ ସାମିଲ ହେବେ । ତେଣୁ ଆଜି ସନ୍ଧ୍ୟା ୮ରେ ଦିଲ୍ଲୀ ଗସ୍ତରେ ବାହାରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଏନଏଚଆଇ କର୍ତ୍ତୃପକ୍ଷଙ୍କ ସହ ଓଡ଼ିଶା ଜାତୀୟ ରାଜପଥ ନେଇ ଆଲୋଚନା କରିବେ। ଏହାସହ ଅନେକ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରେଳ ପ୍ରକଳ୍ପ ପରେ ଜାତୀୟ ରାଜପଥ ଓ ସଡ଼କ ପଥ ପ୍ରକଳ୍ପ ଉପରେ ରାଜ୍ୟ ସରକାରଙ୍କ ଫୋକସ ରହିଛି। ରାଜ୍ୟକୁ ନୂଆ ପ୍ରକଳ୍ପ ଆସିବା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। କୋଷ୍ଟାଲ ହାଇୱ ସମ୍ପର୍କରେ ସଡ଼କ ପରିବହନ ମନ୍ତ୍ରୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ।