ମାଆଙ୍କୁ ଦର୍ଶନ କରି ଆର୍ଶୀବାଦ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

0

ଭୁବନେଶ୍ୱର : ପୂଜା ପେଣ୍ଡାଲ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ଭୁବନେଶ୍ବର ପାଟଣାସାହି ପୂଜାମଣ୍ଡପ ବୁଲି ମାଆଙ୍କୁ ଦର୍ଶନ କରି ଆର୍ଶୀବାଦ କାମନା କରିଛନ୍ତି । ଏହାପରେ ସୁନ୍ଦରପଦା , ବରମୁଣ୍ଡା , ନୟାପଲ୍ଲୀ , ରସୁଲଗଡ଼ , ସହିଦ ନଗର , ବମିଖାଲ , ଲକ୍ଷ୍ମୀ ସାଗର ଓ ଷ୍ଟେସନ ଛକ ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ । ୩ ଘଣ୍ଟା ଧରି ମଣ୍ଡପରୁ ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ନବମୀ ଦିନ କଟକର ପୂଜା ମଣ୍ଡପ ବୁଲି କେନ୍ଦୁଝର ଅଭିମୁଖେ ବାହାରିବେ। ଦଶହରାରେ ନିଜ ଜିଲ୍ଲା କେନ୍ଦୁଝରରେ ଦୁର୍ଗା ପୂଜାରେ ସାମିଲ ହେବେ ମୋହନ ମାଝୀ ।