ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରା ଅଛି , ଶିଳ୍ପ ପରି ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ପାଇଁ ବି କନକ୍ଳେଭ କରିବାକୁ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରା ଅଛି ଯେ ଶିଳ୍ପ ପରି ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ପାଇଁ ବି କନକ୍ଳେଭ କରିବାକୁ । ଏହା ଆସନ୍ତା ବର୍ଷ ଡିସେମ୍ବର ୧ରୁ ୩ ଯାଏଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଏ ନେଇ ମୁଖ୍ୟ ଶାସନ ସଚିବ ସବୁ ବିଭାଗ ସହ ବୈଠକ କରି ତାରିଖ ସ୍ଥିର କରିଛନ୍ତି । ଏଥିରେ ଗୋଟେ କନଫରେନ୍ସ, ଏକଜିବେଶନ ଓ ଇଭେଣ୍ଟସ କର୍ନର ବି ହେବ. ଯେଉଁଥିରେ ପ୍ରାଥମିକ ଶିକ୍ଷା, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଶିକ୍ଷା ଓ କୃଷି ଶିକ୍ଷା ସମ୍ପୃକ୍ତ ରହିବେ । ପ୍ରଥମ ଥର ପାଇଁ ଏହି ଗ୍ଲୋବାଲ ଇଭେଣ୍ଟ ହେବ । ୫୦ ଦେଶରୁ ଶିକ୍ଷା ମନ୍ତ୍ରୀମାନେ ଆସିବେ । ସେମାନେ ସେମାନଙ୍କ ଦେଶର ଶିକ୍ଷା କଥା କହିବେ. ଆମ ଶିକ୍ଷା ବ୍ୟବସ୍ଥା ଦେଖିବେ. ଅନ୍ୟ ରାଜ୍ୟ ବି ଯୋଗ ଦେବେ । ସମସ୍ତେ ସମସ୍ତଙ୍କ ଠାରୁ ଶିଖି ପାରିବେ । ଓଡ଼ିଶାରେ ବହୁତ ନୂଆ କାମ ହୋଇଛି ଶିକ୍ଷା କ୍ଷେତ୍ରରେ । ଯେପରି ହାଇସ୍କୁଲ ୫ ଟି ରୂପାନ୍ତର, ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ, ମୋ କଲେଜ କାର୍ୟ୍ୟକ୍ରମ ଶୋକେଜ କରାଯିବ । ଏଥିରେ ଅଭିଭାବକ, ଶିକ୍ଷକ ଅଧିକ ସମୟ ନିବେଶ କରିପାରିବେ । କିଛି ଏଜୁକେସନ କରିଡ଼ର ସୃଷ୍ଟି କରି ପାରିବା । ସ୍ୱତନ୍ତ୍ର ଶିକ୍ଷା ପାଇଁ କଣ ଗ୍ଲୋବାଲ ଷ୍ଟାଣ୍ଡାର୍ଡ ହୋଇପାରିବ । ମୁଖ୍ୟ ଶାସନ ସଚିବ ସେ ଦିଗରେ କାମ କରୁଛନ୍ତି, ଯେହେତୁ ବଡ଼ ନିବେଶ ଆଶା କରୁଛୁ ବୋଲି କହିଛନ୍ତି ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ ।