ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ଆସନ୍ତା ୯ ତାରିଖରେ ହେବାକୁ ଥିବା ଭାରତ ବନାମ ଇଂଲଣ୍ଡ ପାଇଁ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ପ୍ରସ୍ତୁତି ସନ୍ତୋଷଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାରବାଟୀରେ ମ୍ୟାଚ ହେବା ଆମ ଓଡ଼ିଶା ପାଇଁ ସୌଭାଗ୍ୟର ବିଷୟ । ନୂଆ ସରକାର ଆସିବା ପରେ ଏହା ଆମ ପାଇଁ ପ୍ରଥମ ମ୍ୟାଚ । ପ୍ରସ୍ତୁତି ସନ୍ତୋଷଜନକ ରହିଛି । ସମୟ ଅନୁସାରେ ସବୁ ଠିକ ଚାଲିଛି । ମ୍ୟାଚ ପାଇଁ ଗୋଟିଏ ସଂଗୀତ ଉନ୍ମୋଚନ କରାଯାଇଛି । ଆଶା କରିବି ଏଥର ମ୍ୟାଚ ବହୁତ ଉତ୍ସାହପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।