ଅଭିଯୋଗ ଶୁଣି ତୁରନ୍ତ ନେଲେ ଆକ୍ସନ ନେଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣି ତୁରନ୍ତ ନେଲେ ଆକ୍ସନ । ନାବାଳକ ରୋଗୀକୁ ଦେଖୁ ଦେଖୁ ଆମ୍ବୁଲାନ୍ସ ମଗାଇ ମେଡିକାଲ ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଜଣା ରୋଗରେ ପୀଡିତ ନାବାଳକକୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଏସ ସି ବି ମେଡିକାଲ ପଠେଇଲେ ।ବୌଦ୍ଧ ଜିଲ୍ଲା ହେମ୍ବ୍ରମ୍ ଗିରିଙ୍କ ୭ ବର୍ଷର ପୁଅ ପ୍ରତ୍ୟୁଷ ଗିରି । ଅଜଣା ରୋଗରେ ପୀଡିତ ଏହି ୭ ବର୍ଷ ନାବାଳକକ ନିଜ ଦୁଇଟି ଆଖି ହରେଇ ବସିଛି । ବାପା ଓ ମାଆ ଦୁହେଁ ଚିକିତ୍ସା ବାବଦକୁ ଦୌଡ଼ି ଦୌଡ଼ି ସମସ୍ତ ଟଙ୍କା ଖର୍ଚ୍ଚ କରିସାରିବା ପରେ ଶେଷରେ ନିରୁପାୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବା ପରେ ଏହି ୭ ବର୍ଷ ନାବାଳକର ସମସ୍ୟା ସମାଧାନ ଦିଗରେ ଏସ ସି ବି ମେଡ଼ିକାଲରେ ସମସ୍ତ ଚିକିତ୍ସା ବ୍ୟବସ୍ଥା କରିବା ସହ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ତାକୁ ମେଡ଼ିକାଲ ପଠାଇଛନ୍ତି ।