ଭୁବନେଶ୍ୱର: ଆଜି ଆମ ପାଇଁ ଗର୍ବ ଓ ଗୌରବ ର ଦିନ। ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉତ୍କର୍ଷ ଓଡ଼ିଶାର ଶୁଭାରମ୍ଭ ହେଉଛି। ୭ ମାସ ମଧ୍ୟରେ ୫ ଥର ଓଡ଼ିଶା ଗସ୍ତ କରିଛନ୍ତି । ଏହା ହିଁ ଆପଣଙ୍କ ଓଡ଼ିଶା ପ୍ରତି ଆପଣଙ୍କ ଭଲ ପାଇବା । ସବୁ ଗସ୍ତରେ ଆପଣ ଓଡ଼ିଶାକୁ କିଛି ନା କିଛି ଉପହାର ଆଣି ଆସିଥାନ୍ତି ଏବଂ ଆଜି ତ ଆମ ପାଇଁ ବିଶେଷ ମୁହୂର୍ତ୍ତ । ଆଜି ଯେଉଁ ଉପହାର ଆଣି କି ଆସିଛନ୍ତି ତାହା ଆମ ରାଜ୍ୟର ଓଡ଼ିଶାର ଦିଶା ବଦଳାଇ ଦେବ । ପୂର୍ବ ଦୋୟ ଢାଞ୍ଚା ର ଆଜି ଶୁଭାରମ୍ଭ ହେବାକୁ ଯାଉଛି । ସେଥିପାଇଁ ଆମେ ଆପଣଙ୍କ ନିକଟରେ କୃତଜ୍ଞ ଆପଣ ଙ୍କ ଉପସ୍ଥିତି ପୁଞ୍ଜି ନିବେଶ କାରୀ ଙ୍କ ମନ ବୋଳ ବଢାଇବ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ଡ୍ରାଇଭିଂ ଇଞ୍ଜିନ । ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିବା ଏବଂ ୮ ଟି ଏମୟୁ ସ୍ବାକ୍ଷର କରିବା ଆମ ପାଇଁ ବହୁତ ବଡ଼ କଥା। ସମସ୍ତ ଶିଳ୍ପପତି ଙ୍କ ପାଇଁ ଓଡ଼ିଶାର ଦ୍ୱାର ସବୁବେଳେ ଖୋଲା ରହିଛି । ସମସ୍ତେ ଆସନ୍ତୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରନ୍ତୁ ମାଲକାନଗିରି, ରାୟଗଡା, କେନ୍ଦୁଝର ଫୁଡ଼ ପ୍ରୋସେସିଂ ପାଇଁ ସମ୍ଭାବନା ରହିଛି କେମିକାଲ, ଓ ପେଟ୍ରୋ କେମିକାଲ, ଫାର୍ମା , ସ୍କିଲଡ଼ି ଇନ ଓଡ଼ିଶା ଭଳି ପଦକ୍ଷେପ ଆମେ ନେଇଛୁ । ମୁଁ ସମସ୍ତ ଙ୍କୁ ସ୍ୱାଗତ କରୁଛି ସମସ୍ତେ ଆସନ୍ତୁ ଓଡ଼ିଶାରେ ପୁଞ୍ଜି ନିବେଶ କରନ୍ତୁ । ଏହା ପ୍ରକୃଷ୍ଠ ସମୟ। ଆପଣଙ୍କୁ ଓଡ଼ିଶା ସ୍ୱାଗତ କରୁଛି ।