ଟୋକିଓରେ ପହଞ୍ଚିବା ପରେ ନବୀନଙ୍କୁ ଭବ୍ୟ ସ୍ୱାଗତ

0

ଭୁବନେଶ୍ୱର: ଜାପାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନରେ ପହଞ୍ଚିବା ପରେ ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟିଥିଲେ। ସଂଧ୍ୟାରେ ସିଙ୍ଗାପୁରରେ ପହଞ୍ଚିବା ପରେ ରାତିରେ ଟୋକିଓ ଅଭିମୁଖେ ଉଡାଣ ଭରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଟୋକିଓରେ ପହଞ୍ଚିବା ନେଇ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ୍ ସୂଚନା ଦେଇଥିଲେ । ଜାପାନ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟୋକିଓରେ ଓଡ଼ିଶା ବିଜିନେସ ମିଟକୁ କରିବେ ସମ୍ବୋଧନ । ପୁଞ୍ଜି ଖଟାଇବାକୁ ନିବେଶକାରୀଙ୍କୁ କରିବେ ନିମନ୍ତ୍ରଣ । ସେହିପରି ଆସନ୍ତା ୧୦ ତାରିଖ ଯାଏ ଶିଳ୍ପପତିଙ୍କ ସହ ପର୍ୟ୍ୟାୟ କ୍ରମେ ଆଲୋଚନା କରିବେ । ଜାପାନରୁ କିପରି ଅଧିକ ପୁଞ୍ଜି ଆସିବ ତାହା ହେବ ନବୀନଙ୍କ ଫୋକସ । ଟେକ୍ନୋଲୋଜି, ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ, ପେଟ୍ରୋ କେମିକାଲ, ପର୍ୟ୍ୟଟନଭିତ୍ତିକ ଶିଳ୍ପରେ ନିବେଶକାରୀମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିବେ ।ନିବେଶକାରୀଙ୍କ ସହ ଆଲୋଚନା ପରେ ରୋଡ୍ ସୋ ମାଧ୍ୟମରେ ଇନଭେଷ୍ଟର୍ସଙ୍କୁ ଆକୃଷ୍ଟ କରିବେ । ଏଥିଲାଗି ଜାପାନର ୩ଟି ସହର ଟୋକିଓ, କ୍ବିଟୋ, ଏବଂ ଓସାକାରେ ଆୟୋଜିତ ବିଜିନେସ ମିଟରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଟୋକିଓରେ ପହଞ୍ଚିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏହି ଗସ୍ତ ଜାପାନ ଏବଂ ଓଡିଶା ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ ଏବଂ ଉଭୟ ପକ୍ଷର ପାରସ୍ପରିକ ସ୍ୱାର୍ଥର ଅନୁସନ୍ଧାନ ପାଇଁ ଏକ ସୁଯୋଗ ପ୍ରଦାନ କରିବ। ଏହି ପ୍ରତିନିଧୀ ଦଳକୁ ଜାପାନ ସରକାର ଏବଂ ଲୋକମାନଙ୍କ  ଆତିଥ୍ୟ ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ କୃତଜ୍ଞତା ଜଣାଇବା ସହ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ମଜବୁତ କରିବାରେ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି। ଜାପାନକୁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ପ୍ରତିନିଧୀଙ୍କ ଗସ୍ତ ଓଡିଶାକୁ ଏକ ପସନ୍ଦଯୋଗ୍ୟ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ଭାବରେ ପ୍ରୋତ୍ସାହିତ କରିବା ଏବଂ ଜାପାନ ଏବଂ ଓଡିଶା ମଧ୍ୟରେ ଅଧିକ ସମ୍ପର୍କ ସ୍ଥାପନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।ସେମାନେ ଜାପାନର ଶିଳ୍ପସଂସ୍ଥା ସହ ଓଡ଼ିଶାରେ ବ୍ୟବସାୟ ପାଇଁ ଥିବା ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିବେ । ତେବେ ସୂଚନା ଥାଉକି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ, ଏବଂ ସ୍ବତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଜାପାନ ଗସ୍ତରେ ଯାଇଛନ୍ତି ।