ବାଲେଶ୍ୱର : ବାଲେଶ୍ୱର ସହର ଓ ଜିଲ୍ଲାର ଉନ୍ନତିକୁ ନେଇ ସଦର ବିଧନସଭା ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୂରଣ ହେବାକୁ ଯାଉଛି | ଆଜି ବାଲେଶ୍ୱର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮୦୬ କୋଟି ଟଙ୍କାର ୧୯୧ ଟି ପ୍ରକଳ୍ପର ଉଦଘାଟନ ସହ ସ୍ଥାପନ କରିବେ ଭିତ୍ତିପ୍ରସ୍ତର, ଶୋଭାମପୁର ଠାରେ 55 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ରେଲୱେ ଓଭର ବ୍ରିଜ କୁ ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ,375 କୋଟି ଟଙ୍କାର 69 ଟି ପ୍ରକଳ୍ପ କୁ ଉଦଘାଟନ କରିବା ସହ 15 ସହ କୋଟି ଟଙ୍କା ଅଟକଳ ରେ 122 ଟି ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, 60 ହଜାର ସଦସ୍ୟ ବିଶିଷ୍ଟ 5 ହଜାର 6 ସହ ମହିଳା ସ୍ୱୟଂ ସହାୟିକା ଗୋଷ୍ଟିଙ୍କୁ 220 କୋଟି ଟଙ୍କାର ମିଶନ ଶକ୍ତି ଋଣ ସହାୟତା ରାଶି ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ ବୋଲି ଜଣା ପଡିଛି |
ଏହି ରାଶି ଜିଲ୍ଲା ପ୍ରଶାସନ ବାଲେଶ୍ଵରର ଏକ ଅଭିନବ ପଦକ୍ଷେପ ଏକ ଗ୍ରାମପଞ୍ଚାୟତ-ଏକ ଉତ୍ପାଦ କାର୍ଯ୍ୟକ୍ରମକୁ ନୂତନ ପାହାଚରେ ପହଞ୍ଚାଇବା ପାଇଁ ସହଯୋଗ କରିବ । ଏହାଦ୍ୱାରା ମିଶନ ଶକ୍ତି ମହିଳା ମାନଙ୍କର ଜୀବିକାର ଉନ୍ନତି ହେବା ସହ ଉତ୍ପାଦନ କ୍ଷମତା ବୃଦ୍ଧି ହେବା ସହ ନୂତନ ଜ୍ଞାନ କୌଶଳ ବିକାଶକୁ ପ୍ରୋତ୍ସାହନ କରିବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।