ଟୋକିଓ ଖେଳାଳିଙ୍କୁ ପୁରସ୍କାର : ନୀରଜ ଚୋପ୍ରାଙ୍କୁ ୨ କୋଟି
ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଥିବା ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ଟୋକିଓ ଅଲିମ୍ପିକ ଖେଳାଳିଙ୍କ ପୁରସ୍କାର ସମାରୋହ।
(ଦିଲ୍ଲୀ) : ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଥିବା ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ଟୋକିଓ ଅଲିମ୍ପିକ ଖେଳାଳିଙ୍କ ପୁରସ୍କାର ସମାରୋହ। ଟୋକିଓ ଅଲିମ୍ପିକ ୨୦୨୦ରେ ସୁନ୍ଦର ଖେଳ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ମାନିତ କରିଛନ୍ତି। ଏହି ସମାରୋହରେ ରାଜ୍ୟର ୭୫ଟି ଜିଲ୍ଲାରୁ ୭୫ ଜଣ ଲେଖାଏଁ ଖେଳାଳିଙ୍କୁ ନିମନ୍ତ୍ରଣ କରାଯାଇଥିଲା, ଯେଉଁମାନେ ଦେଶର ମହାନ ଖେଳାଳିଙ୍କଠାରୁ ପ୍ରେରଣା ନେଇ ନିଜର କ୍ୟାରିଅର ଆଗକୁ ବଢାଇ ପାରିବେ। କାର୍ଯ୍ୟକ୍ରମରେ ଅଲିମ୍ପିକରେ ପଦକ ବିଜେତା ଖେଳାଳିଙ୍କୁ ଚେକ୍ ପ୍ରଦାନ କରି ସମ୍ମାନିତ ଯାଇଛି। ଜାଭଲିନ୍ ଥ୍ରୋରେ ଭାରତକୁ ସ୍ବର୍ଣ୍ଣ ପଦକ ଦେଇଥିବା ନୀରଜ ଚୋପ୍ରାଙ୍କୁ ୟୁପି ସରକାରଙ୍କ ପକ୍ଷରୁ ୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ତେବେ ଆସନ୍ତୁ ଜାଣିବା କାହାକୁ କେତେ ମିଳିଛି ପୁରସ୍କାର ରାଶି ;-
ନୀରଜ ଚୋପ୍ରା- ୨ କୋଟି
ରବି କୁମାର ଦହିୟା- ଦେଢ କୋଟି
ମୀରାବାଇ ଚାନୁ – ଦେଢ କୋଟି
ପିଭି ସିନ୍ଧୁ – ୧ କୋଟି
ବଜରଙ୍ଗ ପୁନିଆ – ୧ କୋଟି
ଲଭଲିନା -୧ କୋଟି
ପୁରୁଷ ହକି ଟିମ୍ – ପ୍ରତ୍ୟେକ ଖେଳାଳିଙ୍କୁ ୧ କୋଟି
ମହିଳା ହକି ଟିମ୍ – ପ୍ରତ୍ୟେକ ଖେଳାଳିଙ୍କୁ ୫୦ ଲକ୍ଷ
ଦୀପକ ପୁନିଆ – ୫୦ ଲକ୍ଷ
ଆଦିତି ଅଶୋକ – ୫୦ ଲକ୍ଷ
ହକି ଟିମ୍ ଷ୍ଟାଫ୍ – ୧୦ ଲକ୍ଷ ଟଙ୍କା ପ୍ରତି ସଦସ୍ୟ
ବିଜୟ ଶର୍ମା(ମୀରାବାଇଙ୍କ କୋଚ୍)-୧୦ ଲକ୍ଷ ଟଙ୍କା