ଭଦ୍ରକ: ( ମନୋରଞ୍ଜନ ମହାନ୍ତି) ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସମ୍ମିଳନୀ କକ୍ଷ୍ୟରେ ଭଣ୍ଡାରିପୋଖରୀ କୃଷି ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ କୃଷିଉଦ୍ୟୋଗ ଯୋଜନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜିଲ୍ଲା କୃଷି ସହକାରୀ ଶ୍ରୀଧର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଜିଲ୍ଲା କୃଷି ଅଧିକାରୀ ତରୁଣ କୁମାର ଛୋଟ ରାୟ ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷିର ବିକାଶ ଦିଗରେ ଆଲୋକ ପାତ କରିଥିଲେ ।ସମ୍ମାନିତ ଅତିଥିଭାବେ ସାଂସଦଙ୍କ ପ୍ରତିନିଧି ଲଳିତ କୁମାର ରାଉତ,ଜିଲ୍ଲାପରିଷଦ ଲଷ୍ମୀଧର ସାହୁ, ଭଣ୍ଡାରିପୋଖରୀ ବିଡ଼ିଓ, ତହସିଲଦାର, ବ୍ଲକ କୃଷି ଅଧିକାରୀ ଦେବାଶିଷ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଚାଷୀ ଓ ଚାଷର ଉନ୍ନତି ବିଷୟରେ ବୁଝାଇଥିଲେ ।ଏଥିରେ ମାନସ ରଞ୍ଜନ ମହାପାତ୍ର(BTM),), ମାନସ କୁମାର ଯେନା, ଅଭିରାମ ଯେନା, ଶୀବ ନାରାୟଣ ପାଣି, ଆଶିଷ ରାଉତ, ସ୍ମୃତିରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।