ଭୁବନେଶ୍ବର: କ୍ରାନ୍ତି ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ପରିବାରଙ୍କୁ ମିଳିବ କୁଟୁମ୍ବ ପେନସନ । ଖୁବଶୀଘ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ଚି଼ହ୍ନଟ କରିବେ ସରକାର । ରୂପରେଖ ଖୁବଶୀଘ୍ର ଜଣାପଡିବ ।
ଏହି ଘୋଷଣାକୁ ନେଇ ବିଭିନ୍ନ ମହଲରେ ଖୁସି ପ୍ରକଟ ହୋଇଛି। ଏହାକୁ ମଧ୍ୟ ସ୍ବାଗତ କରାଯାଇଛି। ଏହାଦ୍ବାରା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଦିଆଯିବ ବୋଲି ମତ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ଘୋଷଣାକୁ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି।