ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ନୁହେଁ ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର । ଓଶ୍ଚିମ ଓଡିଶା ବାସୀଙ୍କ ନିଜ ଅଞ୍ଚଳରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ l ଏହି ଜନ ଅଭିଯୋଗ ଶୁଣାଣି ଶିବିର ସମ୍ବଲପୁର ଦୁର୍ଗାପାଲିଠାରେ ହେବ । ଆସନ୍ତାକାଲିର ଅଭିଯୋଗ ଶୁଣାଣିରେ ୧୧ ମନ୍ତ୍ରୀ , ୧୦ ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିବେ l ଶିବିରରେ ୧୦ଟି ଜିଲ୍ଲାର ଜନସାଧାରଣ ଆସି ଅଭିଯୋଗ କରିପାରିବେ l