ଭୁବନେଶ୍ୱର: କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ର ସରକାର ଲଗାଇଥିବା ୧୮ ପ୍ରତିଶତ ଟ୍ୟାକ୍ସକୁ ଛାଡ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଦାବିରେ ପୁଣି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ୮ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ କର୍ମଚାରୀଙ୍କ ପାଇଁ ଏକ ମାତ୍ର ରୋଜଗାରର ପନ୍ଥା । ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ ଆଇନ ୨୦୦୬ ଆଧାରରେ ଆଦିବାସୀ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି । ସେମାନଙ୍କର ଏହି ଉତ୍ପାଦଗୁଡିକ କ୍ରୟ ଏବଂ ବିକ୍ରୟ କରିବାର ଅଧିକାର ରହିଛି । କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବା କେନ୍ଦ୍ରପତ୍ର ବ୍ୟବସାୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ଏହା କେନ୍ଦୁପତ୍ର ତୋଳାଳି, ବାନ୍ଧକ ଓ ଋତୁକାଳୀନ ଶ୍ରମିକଙ୍କ ଜୀବିକା ଉପରେ ପ୍ରଭାବ ପକାଇବା ସହ ସେମାନଙ୍କ ପାଇଁ ସାମାଜିକ ସୁରକ୍ଷା ଓ କଲ୍ୟାଣମୂଳକ ଯୋଜନା ଉପରେ ପ୍ରଭାବ ପକାଉଛି । ତେଣୁ କେନ୍ଦୁପତ୍ର ବ୍ୟବସାୟୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏସଟି ପ୍ରତ୍ୟାହାର କରିବାକୁ ପୁଣିଥରେ ଅନୁରୋଧ କରାଯାଇଛି ।