ଚାଷୀଙ୍କୁ ସହାୟତା ନେଇ ନିଷ୍ପତ୍ତି ନେବେ ସରକାର

0

ଅଦିନିଆ ବର୍ଷା ଜନିତ ଫସଲ ହାନିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ୪ ବିଭାଗର ମନ୍ତ୍ରୀ ଓ ଅଧିକାରୀ ଙ୍କୁ ନେଇ ଲୋକସେବା ଭବନରେ ଆରମ୍ଭ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ବୈଠକରେ ଉପସ୍ଥିତ ରହିଛନ୍ତି । ସେହିପରି ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର  ଓ ଏହି ସବୁ ବିଭାଗର ସଚିବ ଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ବୈଠକରେ ମଧ୍ୟ ଉପସ୍ଥିତ ଅଛନ୍ତି ।  ଜିଲା ପ୍ରଶାସନକୁ  ଦେଇଥିବା କ୍ଷୟକ୍ଷତି ରିପୋର୍ଟ କୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଚାଷିଙ୍କୁ କିପରି ସହାୟତା ଦିଆଯିବ ସେ ସଂକ୍ରାନ୍ତରେ ଆଜିର ବୈଠକରେ ନିଷ୍ପତ୍ତି ନେବେ ସରକାର ।