ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ର ଓ ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ

0

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କ ଦେହାନ୍ତକୁ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି | ସେ ଟ୍ୱଇଟରେ ଲେଖିଛନ୍ତି ସୁଲକ୍ଷଣା ମହାପାତ୍ରଙ୍କ ବିଷୟରେ ଜାଣି ମୁଁ ଦୁଃଖିତ | ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଉଲେଖନୀୟ ଭୂମିକା ସବୁବେଳେ ସ୍ମରଣୀୟ ରହିବ ତାଙ୍କର ଆମର ଆତ୍ମାର ଷଡ଼ଗଡି କାମନା କରିବା ସହ ଶୋକ ସନ୍ତପ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ବୋଲି ଟ୍ୱିଟ କରିଛନ୍ତି ମୁଖ୍ୟମନ୍ତ୍ରୀ | ସେହିପରି କଂଗ୍ରେସର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ | ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କାର୍ଯ୍ୟ ସବୁବେଳେ ମାନେ ରହିବ | ତାଙ୍କ ଆମର ଆତ୍ମାର ଷଡ଼ଗଡି କାମନା ସହ ଶୋକ ସନ୍ତପ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି |