ଆସନ୍ତା କାଲି ଓଡିଶା ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ରାହୁଲ୍ ନବୀନ୍

0

ଭୁବନେଶ୍ୱର: ଆସନ୍ତା କାଲି ଓଡିଶା ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ରାହୁଲ୍ ନବୀନ୍ । ତାଙ୍କର ଏହି ତିନିଦିନିଆ ଓଡିଶା ଗସ୍ତ ଅବସରରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଏକାଧିକ ପୁରୁଣା ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁ ହୋଇପାରେ ବୋଲି କୁହାଯାଉଛି ।
ସୂଚନା ଅନୁଯାୟୀ , ଆସନ୍ତା କାଲି ରାତି ୮ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପୁରୀ ଅଭିମୁଖେ ଗସ୍ତ କରିବେ ବୋଲି କୁହାଯାଛି । ପରେ ୨୮ ତାରିଖ ଅପରାହ୍ନରେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ୨୯ ତାରିଖ ଦିନ ସକାଳ ସମୟରେ ପୁରୀରୁ ଭୁବନେଶ୍ୱର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ଆସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ବସିବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବେ । ଗସ୍ତ ଅବସରରେ ଥିବା ସମସ୍ତ କାର୍ୟ୍ୟକ୍ରମ ସାରି ୨୯ ତାରିଖ ଅପରାହ୍ନ ୩ଟା ସମୟରେ ଦିଲ୍ଲୀ ଫେରିଯିବାର ସୂଚନା ରହିଛି ।