ଚିଲିକାର ଭାଗ୍ୟ ଓ ଭବିଷ୍ୟ ଅଣ ବିଜେଡିଙ୍କ ହାତରେ

0

ଚିଲିକା/ଦିବ୍ୟକାନ୍ତ ବେହେରା: ପୌର ନିର୍ବାଚନ ପାଖେଇ ଆସୁଛି। ଯେତିକି ପାଖୋଉଚି ସେତିକି ଭୋଟରଙ୍କ ମଧ୍ୟରେ ନେତାଙ୍କ ପ୍ରତି ବୈମାତୃକ ମନୋଭାବ ଆସୁଛି। ଚିଲିକା ନିର୍ବାଚନ ମଣ୍ଡଳିରେ ବିଜେଡିର ମଙ୍ଗ ଧରିଥିବା ଏବଂ ଚିଲିକାବାସୀଙ୍କୁ ସଂଗଠିତ କରି ବିଜେଡି ପରିବାର ସହ ବାନ୍ଧି ରଖିବାରେ ମୁଖ୍ୟ ଭୂମିକାରେ ଥିଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ। କିନ୍ତୁ ରଘୁଙ୍କ ଭାଗ୍ୟର ବିଡମ୍ବନା ୨୦୧୯ ନିର୍ବାଚନରେ ବିଜେଡି ପକ୍ଷରୁ ଟିକେଟ୍ ମିଳିନଥିଲା ଚିଲିକାରେ। ଶେଷ ମୁହୂର୍ତ୍ତ୍ଵରେ ଚିଲିକାରୁ ଟିକେଟ୍ ପାଇଥିଲେ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ୍। ଟିକେଟ୍ ନ ମିଳିବା ଫଳରେ ରଘୁ ଯେତିକି ନିରାଶ ହୋଇନଥିଲେ ତା ଠୁ ଅଧିକ ନିରାଶ ହୋଇଥିଲେ ଚିଲିକାରେ ରଘୁଙ୍କ ପ୍ରତି ଆଶ୍ରା କରିଥିବା ଭୋଟର। ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତଃ ଘଟିଥିଲା। ଟିକେଟ୍ ମିଳିଲାନି ବୋଲି ନିରାସ୍ ନ ହୋଇ ସୁପ୍ରିମୋ ନବିନଙ୍କ ଆଦେଶକ୍ରମେ ରଘୁ ଚିଲିକା ବିଜେଡି ପ୍ରାର୍ଥି ଜଗଦେବଙ୍କ ପାଇଁ ଆରମ୍ଭ କରିଦେଇଥିଲେ ନିର୍ବାଚନି ପ୍ରଚାର। ଆଉ ସେହି ସମୟରେ ରଘୁ ଓ ଜଗଦେବଙ୍କ ମଧ୍ୟରେ ଗଢି ଉଠିଥିଲା ଯେମିତି ପ୍ରଭୁ ଶ୍ରୀ ରାମ ଏବଂ ଲକ୍ଷ୍ମଣଙ୍କ ମଧ୍ୟରେ ଥିବା ସମ୍ପର୍କ ।

ଗତ ଦିନରେ ରଘୁଙ୍କୁ ଭ୍ରାତା ରାମଚନ୍ଦ୍ର କହି କହି ବୁଲୁଥିବା ସାନ ଭାଇ ଲକ୍ଷ୍ମଣ ରୁପୀ ପ୍ରଶାନ୍ତ ଜଗଦେବ୍ ବର୍ତ୍ତମାନ ନିଜର ପାଖ ତଡକୁ ମଡୋଉନାହାନ୍ତି ରଘୁଙ୍କୁ। ଚିଲିକା ବିଜେଡିରେ ଯେତେ ସଭା ସମିତି ହେଉଚି ସେଥିରେ ଦେଖିବାକୁ ମିଳୁନି ବଡଭ୍ରାତା ରାମଚନ୍ଦ୍ର ରଘୁ ସାହୁଙ୍କୁ। ବିଧାୟକ ଜଗଦେବ୍ ଙ୍କ ଏଭଳି ଆଚରଣକୁ ନେଇ ପରୋକ୍ଷରେ ରଘୁ କ୍ଷୋଭ ପ୍ରକାଶ କରିଛନ୍ତି। ରଘୁନାଥ ସାହୁ ସିଧା ସଳଖ କହିବାର ଅର୍ଥ ଏହା କି ଯେଉଁ ମାନଙ୍କୁ ଅନ୍ୟ ଦଳର ମୁଖିଆମାନେ କଣଠେସା କରୁଥିବା କୁଜିନେତାଙ୍କୁ ଏବଂ ଯାହାର ରାଜନିତୀରେ କୌଣସି ନାମ୍ ନିଶାନ୍ ନ ଥିବା ଲୋକଙ୍କୁ ବିଜେଡିରେ ମେଶେଇ ଚିଲିକା ବିଜେଡିକୁ ସମ୍ପୁର୍ଣ୍ଣ ରୁପେ ବର୍ବାଦ୍ କରୁଛନ୍ତି ବିଧାୟକ ଜଗଦେବ୍। ଯାହାକି ପରବର୍ତୀ ସମୟରେ ଚିଲିକାରେ ବିଜେଡି ପାଇଁ ମହଙ୍ଗା ପଡିବ। ଆଉ ଏହାର ଫାଇଦା ଉଠାଇବେ ବିରୋଧି ଦଳ। ଗତ ୧୮/୦୮/୨୦୨୧ରେ ବାଲୁଗାଁ ଠାରେ ବାଲୁଗାଁ ନଗର ମଣ୍ଡଳ ପକ୍ଷରୁ ଆୟୋଜିତ କରାଯାଇଥିବା ବୈଠକରେ ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ଉକ୍ତ ବୈଠକରେ ମୁଖ୍ୟ ଅତିଥି ଥିବା ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ବାଲୁଗାଁ ଏନ୍ ଏ ସି ଏବଂ ବାଣପୁର ଏନ୍ ଏ ସି ରୁ ବିଜପେି ର ବିଜୟ ଧ୍ଵଜା ଉଡିବ ବୋଲି କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। କର୍ମୀ ଓ ନେତାଙ୍କ ମଧ୍ୟରେ କୌଣସି ଭେଦଭାବ ନାହିଁ ଏବଂ ଆମେ ସମସ୍ତେ ବିଜେପି ପରିବାର ସଦସ୍ୟ ବୋଲି ଶ୍ରୀମତି ଷଡଙ୍ଗୀ କହିଥିଲେ। ବିଜେପି ପକ୍ଷରୁ ଆୟୋଜିତ କରାଇଯାଇଥିବା ବୈଠକରେ ଯୋଗେଦଇଥିବା କର୍ମୀଙ୍କୁ ଦେଖି ଚିଲିକା ବିଜେଡି ଚକିତ। ବର୍ତ୍ତମାନ କଥାଟି ହେଲା ଚିଲିକାରେ ବିଜେଡିକୁ ଟାଣ କରିଥିବା ନେତାକୁ ଆଜି ଅଖୋଜା କିନ୍ତୁ ବିଜେପି ଏବଂ କଂଗ୍ରେସଂ ରେ ନାଁ ନ ଥିବା ନେତାକୁ ଖୋଜି ଖୋଜି ଆଣି ଦଳରେ ବସେଇକି ଦିଆଯାଉଥିବା ଗୁରୁତ୍ଵକୁ ଆଗାମୀ ଦିନରେ ଚିଲିକାବାସୀ କେତେ ଗ୍ରହଣ କରୁଛନ୍ତି ତାହା ଦେଖିବା ବାକି ରହିଲା।