ଜିଲ୍ଳା ପ୍ରଶାସନ ହସ୍ତକ୍ଷେପରେ ୨୫ ଜଣ ଶିଶୁ ବିଦ୍ୟାଳୟରେ ନାମ ଲେଖେଇଲେ

0

(ଓମ୍ ପ୍ରକାଶ ମିଶ୍ର / ସୋନପୁର ) : ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ବାଉଁଶୁଣି ପଂଚାୟତ ରେ ଥିବା ଝରାପଡ଼ା ଗ୍ରାମକୁ ଜିଲ୍ଳାପାଳ ଶ୍ରୀମତୀ ମୋନିଷା  ବାନାର୍ଜୀ ଆଇ. ଏ. ଏସଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଳା  ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଚତୁର୍ଭୁଜ ଦାଶ .୦୧.୦୮.୨୦୧୯ ଦିନ ଉକ୍ତ ଗ୍ରାମରେ ଏକ ବୈଠକ କରିଥିଲେ । ଉକ୍ତ ପଡ଼ାରେ ରହୁଥିବା ୨୦ ଟି ପରିବାରର ଅଭିଭାବକ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଉଁଶୁଣିର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକଙ୍କ ସହ ଆଲୋଚନା କରି ଉକ୍ତ ୨୦ ଟି ପରିବାରର ୫ ବର୍ଷରୁ ୧୫ ବର୍ଷର ୨୫ ଜଶ ଶିଶୁଙ୍କୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଉଁଶୁଣିରେ ନାମ ଲେଖାଇଥିଲେ । ସମସ୍ତ ଶିଶୁମାନଙ୍କୁ ଜିଲ୍ଳା ପ୍ରାଶସନ ତରଫରୁ ସ୍କୁଲ ବ୍ୟାଗ, ଖାତା ଓ ପେନ ଯୋଗାଇ ସମସ୍ତ ଅଭିଭାବକ ମାନେ ଜିଲ୍ଳା ପ୍ରଶାସନକୁ ବହୁତ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟରେ ଥବିର କାଲସାଏ ଓ ଆର ଡ଼ବ୍ଲ୍ୟୁ ସହଯୋଗ କରିଥିଲେ ।