ଗଜପତି (ବିବେକାନନ୍ଦ ବେହେରା): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ କଟଲକୋଇଥା ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ, ଜାଜପୁର ଠାରେ କୈଳାଶ ସତ୍ୟର୍ଥୀ ଚିଲଡ୍ରେନ ଫାଉଂଡେସନ ଓ ସିସିଡି ଆନୁକୁଲ୍ୟରେ ବାଲ୍ୟ ବିବାହ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ୍ କୁମାର ପଟ୍ଟନାୟକ ପ୍ରଦୀପ ପ୍ରଜ୍ଵଳିତ କରି ଶୁଭ ଆରମ୍ଭ କରିଥିଲେ । ବାଲ୍ୟ ବିବାହ ଜିଲ୍ଲା ସଂଯୋଜକ ବିଜୟ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଜରିଆରେ ଜାଜପୁର ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ପରିଣତ କରିବା ପାଇଁ ବିଦ୍ୟାଳୟ ସ୍ତରରେ ଶପଥ ପାଠ କରିଥିଲେ ।
ଶିଶୁ ଅର୍ଥାତ୍ ୦-୧୮ ବର୍ଷ ଛାତ୍ରୀ ଓ ୦-୨ ୧ବର୍ଷ ଛାତ୍ର ମାନଙ୍କର ମୁଖ୍ୟ ଚାରୋଟି ଅଧିକାର ତଥା ବଞ୍ଚିବା, ସୁରକ୍ଷା,ବିକାଶ ଓ ସହ ଭାଗିତା ଅଧିକାର ଉପରେ ଆଲୋକପାତ କରିଥିଲେ। ବାଲ୍ୟ ବିବାହ ଦ୍ଵାରା ଝିଅ ଓ ପୁଅର ଶିକ୍ଷାର ଅଭାବ, ଆର୍ଥିକ ଅବସ୍ଥା, ପରିବାରର ବୋଝ ଓ ତତ୍ ସାଙ୍ଗେ ସାଙ୍ଗେ ବାଲ୍ୟ ବିବାହ ଫଳରେ ସରକାରଙ୍କ ଦଣ୍ଡ ବ୍ୟବସ୍ଥା ଇତ୍ୟାଦି ଉପରେ ମଧ୍ୟ ସଚେତନତା ସୃଷ୍ଟି କରିଛନ୍ତି। ବିଦ୍ୟାଳୟର ଅଷ୍ଟମ,ନବମ ଓ ଦଶମ ଶ୍ରେଣୀ ର ୧୨୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଶିକ୍ଷୟତ୍ରୀ ନର୍ମଦା ଦେ଼ଇ,ଚପଳା ପାଣିଗ୍ରାହୀ, ଏମ ପ୍ରିୟଙ୍କା ମଞ୍ଚଷିନ ଥିବାବେଳେ,ଶିକ୍ଷୟତ୍ରୀ ବବିତା ପୁରହିତୋ ସ୍ଵାଗତ ଓ ଉଦ୍ଵେସ ଜ୍ଞାପନ କରିଥିଲେ। ମୋହନ ବାରିକ,ଗୋଡ ଗୌରି, ଗୀତାଞ୍ଜଳି ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।