ଶିଶୁ ସୁରକ୍ଷା ସଚେତନତା ଅଭିଯାନ

0

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଶିଶୁଙ୍କ ଉପରେ ଅତ୍ୟାଚାର। କେତେବେଳେ ଶିଶୁ ଯୌନ ନିର୍ୟାତନା, ତ କେତେବେଳେ ଶିଶୁ ଶ୍ରମିକ ତ ପୁଣି କେତେବେଳେ ବାଲ୍ୟ ବିବାହ । ଏ ସବୁ ମଧ୍ୟରେ କଟିଯାଉଛି ଅସୁରକ୍ଷିତ ଶୈଶବ ଜୀବନ । କିନ୍ତୁ ପ୍ରକୃତରେ ଏଠାରେ ଶିଶୁ କେତେ ଯେ ସୁରକ୍ଷିତ ତାହା ସମସ୍ତଙ୍କୁ ଜଣା ।

Rules, laws and legalities on child labour in IndiaMan takes daughter to forest & rapes her, held- The New Indian Express
ତେବେ ଏହି ଶିଶୁ ଅତ୍ୟାଚାରକୁ ଦୂର କରିବା ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆଇନ ଦ୍ୱାରା ନଭେମ୍ବର ୧ ରୁ ୪୦ ଦିନ ବ୍ୟାପୀ ରାଜ୍ୟର କୋଣ ଅନୁକୋଣରେ ଶିଶୁ ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି ।

National Commission For Protection Of Child Rights (NCPCR)
ଆଜି ରାଜଧାନୀରେ ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନଲରେ ‘ଇ କ୍ୟାମ୍ପେନର’ କାର୍ୟ୍ୟକ୍ରମର ଉଦଘାଟନ କରିଛନ୍ତି ଶିଶୁ ଆଇନ କମିଶନର ଶ୍ରୀମତୀ ସଂଧ୍ୟାବତୀ ପ୍ରଧାନ । ଏହି ଅବସରରେ ସେ ଶିଶୁ ଅଧିକାରକୁ ସୁନିଶ୍ଚିତ କରି ବାଲ୍ୟ ବିବାହ ତଥା ଶିଶୁ ଶ୍ରମିକ ରୋକିବା ପାଇଁ ବିରୋଧ ଏବଂ ନିଷେଧ ଆଇନକୁ ରାଜ୍ୟରେ କଡାକଡି କରିବାରେ ପ୍ରତିଶ୍ରୁତିବଦ୍ଧ ହେବାକୁ ଉତ୍ସାହିତ କରିଛନ୍ତି । ବାଲ୍ୟ ବିବାହ ଓ ଶିଶୁ ଶ୍ରମିକକୁ ‘ନା’ କରୁଥିବା ଲୋକମାନଙ୍କୁ ସମ୍ମାନିତ କରାଯିବ ବୋଲି କହିଛନ୍ତି ଶ୍ରୀମତୀ ପ୍ରଧାନ । ପିଲାମାନେ ଶିକ୍ଷାରେ ନିୟୋଜିତ ହୋଇ ନିଜର ଅଧିକାର ପାଇଲେ, ନିଜକୁ ସୁଦୃଢ କରିପାରିବା ସହ ସମସ୍ୟା ମୁକ୍ତ ଶୈଶବ ପାଇପାରିବେ ।