ଭୋଟ ଦେବା ଅଧିକାର ମିଳିବା ପରେ ପିଲାମାନେ ବ୍ୟବହାର କରିପାରିବେ ସୋସିଆଲ ମିଡିଆ

0

ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଜାରି ହେଲା ବଡ ବୟାନ । ବର୍ତ୍ତମାନ ସମୟରେ ପିଲାମାନେ ଖେଳ କୁଦଠୁ ଦୂରରେ ରହୁଛନ୍ତି । ପାଠ ପଢାରେ ମନ ନ ଲଗାଇ ସବୁବେଳେ ମୋବାଇଲରେ ମାତୁଛନ୍ତି । ମୋବାଇଲ ଦ୍ୱରା ପିଲାମାନେ ସୋସିଆଲ ମିଡିଆରେ ଅଧିକ ସମୟ କାଟୁଛନ୍ତି । ବର୍ତ୍ତମାନ ସମୟରେ ପିଲାମାନେ ସୋସିଆଲ ମିଡିଆରେ ଆକ୍ସେସର ଏକ ନିର୍ଦିଷ୍ଟ ବୟସ ସୀମା ରହିବା ଉଚିତ ।

ଏ ନେଇ କର୍ଣ୍ଣାଟକ ହାଇକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ବ୍ୟବହାର ନିମନ୍ତେ ସର୍ବନିମ୍ନ ବୟସ ଧାର୍ଯ୍ୟ କରିବାକୁ କହିଛନ୍ତି। ଏହା ସହିତ ଇଣ୍ଟରନେଟରୁ ମୁଣ୍ଡ ଖରାପ କରୁଥିବା କଣ୍ଟେଣ୍ଟ (ବିଷୟବସ୍ତୁ) ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ବିଟରର ଏକ ମାମଲାର ଶୁଣାଣି କରି ଜଷ୍ଟିସ ଜି ନରେନ୍ଦ୍ର ଏବଂ ଜଷ୍ଟିସ ବିଜୟକୁମାର ଏ ପାଟିଲଙ୍କ ଖଣ୍ଡପୀଠ କହିଛନ୍ତି ଯେ ସାମାଜିକ ଗଣମାଧ୍ୟମକୁ ବନ୍ଦ କରିଦେଲେ ଭଲ ହେବ। ଆଜିକାଲି ସ୍କୁଲ୍‌ ଯାଉଥିବା ପିଲା ମଧ୍ୟ ଏହି ଅଭ୍ୟାସରେ ପଡ଼ି ଗଲେଣି। ଏହାର ଅନେକ ଖରାପ ଦିଗ ମଧ୍ୟ ରହିଛି। ୧୭ କିମ୍ବା ୧୮ ବର୍ଷର ଯୁବା ସବୁଠାରୁ ଅଧିକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି।ଦେଶର ସ୍ବାର୍ଥ ଏବଂ ବିରୋଧରେ ନିଷ୍ପତ୍ତି ନେବାରେ ସେମାନେ ପରିପକ୍ବ ହେଲେଣି କି ବୋଲି ପ୍ରଶ୍ନ କରିଛନ୍ତି। ତେଣୁ ସାମାଜିକ ଗଣମାଧ୍ୟମ ବ୍ୟବହାର ଲାଗି ସର୍ବନିମ୍ନ ବୟସ ଧାର୍ଯ୍ୟ କଲେ ତାହା ବରଦାନ ସାବ୍ୟସ୍ତ ହେବ। ଏଥିପାଇଁ ୨୧ ବର୍ଷ ଧାର୍ଯ୍ୟ କଲେ ସଠିକ୍‌ ହେବ। ଯଦି କେହି ପଞ୍ଜିକରଣ କରିବେ ତେବେ ତାଙ୍କୁ ଜରୁରୀ ସୂଚନା ଦେବାକୁ ପଡ଼ିବ। ପୂର୍ବରୁ ଅନ୍‌ଲାଇନ ଗେମ୍‌ ପାଇଁ ଏପରି ସୂଚନା ଦିଆଯାଉଛି। ସରକାରଙ୍କୁ ଏ ଦିଗରେ ପଦକ୍ଷେପ ନେବା ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି।