ସୁର ସଙ୍ଗୀତ କାର୍ଯ୍ୟକ୍ରମରେ ସଭିଙ୍କ ମନ ମୋହିଲେ ଶିଶୁ କଳାକାର

0

କଳାହାଣ୍ଡି/ ଜନକ ପୋଡ଼: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନବଦିନାତ୍ମକ ଯାତ୍ରାର ସପ୍ତମୀ ସାଂସ୍କୃତିକ ସନ୍ଧ୍ୟାରେ ମା ସେରାୱାଲୀ ସଙ୍ଗୀତ ଝଙ୍କାର ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ମନମୁଗ୍ଧ, ଚିତାକର୍ଷକ ଭଜନ ପରିବେଷଣ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା , ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ନାୟକ, ସମ୍ମାନିତ ଅତିଥିଭାବେ ଭବାନୀପାଟଣା ପୌରପରିଷଦର ଅଧକ୍ଷ୍ୟା ଶ୍ରୀମତି ସଂଯୁକ୍ତା ବେହେରା, ବରିଷ୍ଠ ସାମ୍ବାଦିକ ତଥା କଳାହାଣ୍ଡି ଜିଲ୍ଲା ମିଳିତ ସାମ୍ବାଦିକ ସଙ୍ଘର ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ନାୟକ, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର , ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ପ୍ରଦୀପ ସାହୁ, ଡ଼ଃ ଶିବରାମ ନାୟକ ଆଦି ଉପସ୍ଥିତ ଥିଲେ, ସମସ୍ତ ଅତିଥି ମହୋଦୟଙ୍କୁ ମା ସେରାୱାଲୀ ସଙ୍ଗୀତ ଝଙ୍କାର ଅନୁଷ୍ଠାନ ତରଫରୁ ପୁଷ୍ପଗୁଛ ସହ ଉତ୍ତରୀୟ ପ୍ରଦାନ କରି ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ମିଳିତ ସାମ୍ବାଦିକ ସଂଘର ଉପସଭାପତି ମଧୁସୂଦନ ମହାପାତ୍ର,କୋଷାଧ୍ୟକ୍ଷ ବିରଞ୍ଚିନାରାୟଣ ଯୋଶୀ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମଟିକୁ ପ୍ରଶଂସା କରିଥିଲେ ।
ପରେ ପରେ ଜିଲ୍ଲାର ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ଭଜନ ପରିବେଷଣ ବେଶ ଚିତାକର୍ଷକ ଏବଂ ମନମୁଗ୍ଧ ଓ ଉପଭୋଗ୍ୟ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ସହ ସହ ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । କଳାକାର ମାନଙ୍କ ମଧ୍ୟରେ ମା ସେରାୱାଲୀ ସଙ୍ଗୀତ ଝଙ୍କାରର ସଭାପତି ସିମାଞ୍ଚଳ ତ୍ରିପାଠୀ, ସମ୍ପାଦକ ଆଶିଷ କୁମାର ପଣ୍ଡା, ରମେଶ ଚନ୍ଦ୍ର ସିଂ ହ, ତରୁଣ ମହାପାତ୍ର, ଯଦୁମଣି ନାଏକ, ଶ୍ରୀକାନ୍ତ ମିଶ୍ର, ସନ୍ତୋଷ ଦୁବେ, ନାରୀ କଣ୍ଠଶିଳ୍ପୀ ଭାବେ ଅନୁଷ୍କା ସାହାଣୀ, ସାସ୍ୱତୀ ମୁଣ୍ଡ, ଲିପସା ମହାରଣା, ଶିଶୁ କଳାକାର ଗୁଞ୍ଜନ ମହାପାତ୍ର ଆଦି ଭଜନ ପରିବେଷଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ସ୍ମିତା ଚୌଧୁରୀ, ଶୁଭମ ତ୍ରିପାଠୀ ଏବଂ କୁମୁଦ ବିଶ୍ୱାଳ ଆଦି ସହଯୋଗ କରିଥିଲେ ।