ଆଜି ଶିଶୁ ଦିବସ

0

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୦ତମ ପୁଣ୍ୟ ଜୟନ୍ତୀ ବା ଶିଶୁ ଦିବସ । ସାରା ଦେଶରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସକୁ ଶିଶୁ ଦିବସ ଭାବରେ ପାଳନ କରାଯାଇଥାଏ ।ସେ ୧୮୮୯ ମସିହା ନଭେମ୍ବର ୧୪ରେ ଜନ୍ମଗ୍ରହଣ କରିଥିଲେ । ବିଦେଶରୁ ଶିକ୍ଷା ଗ୍ରହଣ କରିଥିଲେ ମଧ୍ୟ ନିଜ ଦେଶପ୍ରତି ତାଙ୍କର ଅଗାଧ ପ୍ରେମ ରହିଥିଲା । ନେହେରୁ ଶିଶୁମାନଙ୍କ ପ୍ରତି ରାଷ୍ଟ୍ରୀୟ ସଚେତନତା ବୃଦ୍ଧି ପାଇଁ ନିଜ ଜନ୍ମଦିନଟିକୁ ଶିଶୁଦିବସ ଭାବରେ ନାମିତ କରିଥିଲେ। ଏହା ପରଠାରୁ ଦେଶର ସମସ୍ତ ବିଦ୍ୟାଳୟରେ ଶିଶୁ ଦିବସ ପାଳନ କରାଯାଉଛି।
ଆଜିର ଶିଶୁ କାଲିର ନାଗରିକ । ସେମାନଙ୍କୁ ଇଶ୍ୱରଙ୍କ ପ୍ରତିରୂପ ଭାବରେ ନେହେରୁ ବିଚାର କରି ଆସୁଥିଲେ। ତେଣୁ ଦେଶମାତୃକାର ନିର୍ମାଣରେ ଶିଶୁମାନଙ୍କର ଶାରୀରିକ ଓ ମାନସିକ ଅଗ୍ରଗତିର ଆବଶ୍ୟକତା ରହିଥିବା ନେଇ ନେହେରୁ ସଦାସର୍ବଦା ଧ୍ୟାନ ଦେଇ ଆସୁଥିଲେ । ଶିଶୁମାନେ ଶାରିରୀକ ଓ ମାନସିକ ସ୍ତରରେ କିପରି ପରିପୃଷ୍ଟ ହେବେ ସେ ନେଇ ସେ ଆହ୍ୱାନ କରି ଆସୁଥିଲେ । ଶିଶୁମାନଙ୍କ ପ୍ରତି ତାଙ୍କର ଅଗାଧ ସ୍ନେହ ଥିଲା । ନେହେରୁ ଶିଶୁଙ୍କର ସାକ୍ଷରତା ଉପରେ ଗୁରୁତ୍ୱ ଦେବା ସହ ସେମାନଙ୍କୁ ପୃଷ୍ଟିହୀନତାରୁ ରକ୍ଷା କରିବାକୁ ବିଶେଷ ଧ୍ୟାନ ଦେଉଥିଲେ । ସେ ଶିଶୁପ୍ରିୟ ଓ ଶିଶୁବତ୍ସଳ ଥିଲେ । ଶିଶୁମାନଙ୍କ ସହ ସମୟ ଅତିବାହିତ କରିବାକୁ ସେ ଖୁବ ଭଲ ପାଉଥିଲେ । ତେଣୁ ସେ ସମସ୍ତଙ୍କର ପ୍ରିୟ ଚାଚା ନେହେରୁ ଭାବରେ ପରିଚିତ ଥିଲେ । ଏପରିକି ସେ ସବୁବେଳେ ତାଙ୍କ ପକେଟରେ ଏକ ଗୋଲାପ ଫୁଲ ଧରି ବୁଲୁଥିଲେ। ଏହି ମହାନ ମହାନାୟକଙ୍କ ଜନ୍ମ ଦିବସକୁ ସାରା ଭାରତରେ ଶିଶୁ ଦିବସ ରୂପେ ପାଳନ କରାଯାଉଛି।