ଉଦଳା ଥାନା ପକ୍ଷରୁ ସଚେତନତା ବାର୍ତ୍ତା

0

(ଦୀପକ ମିଶ୍ର)ଉଦଳା: ଆଜି ପବିତ୍ର ଶିଶୁଦିବସ, ଏହାକୁ ନେଇ ଉଦଳା ଅଞ୍ଚଳରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଶିଶୁ ଦିବସ ପାଳିତ ହୋଇଯାଇଛି । ତେବେ ଏହି ଦିବସକୁ ଉଦଳା ଥାନା ପକ୍ଷରୁ ପାଳନ କରାଯାଇଥିବା ଅବସରରେ ପୋଲିସ ବାଣ୍ଟିଥିଲେ ସଚେତନର ବାର୍ତ୍ତା । ସ୍ଥାନୀୟ ୧୦ ନମ୍ବର ୱାର୍ଡ ରେ ଥିବା ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଥାନା ପରିସରରେ ଏକ ଆଲୋଚନା ଚକ୍ର କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ଥାନାଧିକାରୀ ସନାତନ ସାହୁ ଅଧ୍ୟକ୍ଷତା କରିଥିଲେ । ସେ ଛାତ୍ର ଛାତ୍ରୀ ମାନଙ୍କୁ ଶିଶୁ ଦିବସ ପାଳନକୁ ନେଇ ଆଲୋଚନା କରିଥିବାବେଳେ ଥାନା, ପୋଲିସ, ଏବଂ ଆଇନ ସମ୍ପର୍କିତ କାର୍ଯ୍ୟ ଧାରାକୁ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଥାନା କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।