( ଦିବ୍ୟକାନ୍ତ ବେହେରା): ଆଜି ବାଲୁଗାଁ ଗାନ୍ଧୀଛକଠାରେ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୧୯ତମ ଜୟନ୍ତୀ ଅବସରରେ ଖୋର୍ଦ୍ଧା ଜିଲ୍ଲା ଚିଲିକା କଂଗ୍ରେସ କମିଟି ପକ୍ଷରୁ ନିଶାମୁକ୍ତ ଚିଲିକା ନିର୍ବାଚନ ମଣ୍ଡଳୀ ଗଠନ ପାଇଁ ସଂଖ୍ୟାଧିକ ମହିଳା ଓ ପୁରୁଷ ପ୍ରତୀକ ଅନଶନ ରେ ବସିରହିଥିଲେ। ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ପ୍ରଦୀପ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଚିଲିକା ନିର୍ବାଚନ ମଣ୍ଡଳୀ କୁ କିପରି ନିଶାମୁକ୍ତ ଅଞ୍ଚଳରେ ପରିଣତ କରିବେ ବୋଲି ପ୍ଲା କାର୍ଡ ଏବଂ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ।