ଜାନୁଆରୀ ୮ରୁ ଚିଲିକା ବାର୍ଡ ଫେଷ୍ଟିଭାଲ

0

(ଭୁବନେଶ୍ୱର): ଆସନ୍ତା ବର୍ଷ ଜାନୁଆରୀ ୮ରୁ ତୃତୀୟ ଜାତୀୟ ଚିଲିକା ପକ୍ଷୀ ମେଳା ଆରମ୍ଭ ହେବ । ଜଙ୍ଗଲ ଓ ପରିବେଶ ବିଭାଗ ଓ ଓଡ଼ିଶା ଟୁରିଜିମର ମିଳିତ ପ୍ରୟାସରେ ଏହାର ଆୟୋଜନ କରାଯିବ । ଏହି ମେଳା ଜାନୁଆରୀ ୧୦ ଯାଏଁ ଚାଲିବ । ଏଥିରେ ୪୫୦ରୁ ଅଧିକ ପ୍ରଜାତିର ଦେଶୀ ଓ ବିଦେଶୀ ପକ୍ଷୀ ଦେଖିବାର ସୁଯୋଗ ମିଳିବ । ପକ୍ଷୀପ୍ରେମୀମାନେ ଓଡ଼ିଶା ଟୁରିଜିମ ୱେବସାଇଟ ଜରିଆରେ ନିଜକୁ ପଞ୍ଜୀକୃତ କରି ଏ ମେଳାର ସହଭାଗୀ ହୋଇପାରିବେ ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ କହିଛନ୍ତି । ଶୀତ ଋତୁରେ ସାଇବେରିଆ, ଚୀନ୍, କାଜାଖସ୍ଥାନ ଭଳି ରାଷ୍ଟ୍ରରୁ ଲକ୍ଷାଧିକ ପକ୍ଷୀ ହଜାର ହଜାର କିଲୋମିଟର ଉଡ଼ି ଚିଲିକାରେ ପହଞ୍ଚିଥାନ୍ତି ଯାହାକୁ ଉପଭୋଗ କରିବାକୁ ଅନେକ ଦୂରରୁ ପର୍ୟ୍ୟଟକଙ୍କ ସୁଅ ଛୁଟିଥାଏ ।

Edited by- Sriharsh