ପ୍ରଥମ ଥର ମା’ ହୋଇଛି ସିମ୍ପାଞ୍ଜି ‘ଦୁର୍ଗା’

0

ବାରଙ୍ଗ :ନନ୍ଦନକାନନରେ ନୂଆ ଅତିଥି । ତେଣୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସିର ଲହର ଖେଳିଯାଇଛି । ଏହାରି ଭିତରେ ମା’ ହୋଇଛି ସିମ୍ପାଞ୍ଜି ‘ଦୁର୍ଗା’ । ପ୍ରଥମ ଥର ‘ଦୁର୍ଗା’ ମା’ ହୋଇଥିବା ଜଣାପଡିଛି । ଫଳରେ ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ପାଇଛି । ବୁଧବାର ବିଳମ୍ୱିତ ରାତିରେ ଦୁର୍ଗା ଶାବକ ଜନ୍ମ ଦେଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ସନଥ କୁମାର ନାରାୟଣ । ସିମ୍ପାଞ୍ଜି ଜୁଲୁ ସହିତ ଦୁର୍ଗାର ଆଜକୁ ପ୍ରାୟ ୨୧୮ ଦିନ ପୂର୍ବରୁ ମିଳନ କରାଯାଇଥିଲା ।