(ବେଜିଂ): ଡିଜିଟାଲ ଷ୍ଟ୍ରାଇକ କରିଛି ଚୀନ । ଆମେରିକା ସମେତ ବିଶ୍ୱର ବଡ ବଡ ଦେଶମାନଙ୍କର ଜଣାଶୁଣା ଆପ ଗୁଡିକ ଉପରେ ଚୀନ ସରକାର କଟକଣା ଲଗାଇଛନ୍ତି । ଏଥିରେ ଆମେରିକାର ‘ଟ୍ରିପ ଆଡଭାଇଜର’ ଆପ ସମେତ ୧୦୪ଟି ଅନ୍ୟ ଆପ ଆଦି ସାମିଲ ରହିଛି । ଏହି ଆପ ଗୁଡିକୁ ତୁରନ୍ତ ଆପ ଷ୍ଟୋରରୁ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏକ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ଅନୁଯାୟୀ, ଚାଇନାର ଏହି ନୂତନ ଅଭିଯାନ ଅଧିନରେ ଏହି ପ୍ରତିବନ୍ଧକ ଲଗାଯାଇଛି । ଏହି ଆପଗୁଡିକ ଅଶ୍ଳୀଳତା, ଗଣଦୁଷ୍କର୍ମ, ଜୁଆ ଖେଳ ଏବଂ ହିଂସା ଭଳି ବିଷୟବସ୍ତୁ ବିସ୍ତାର କରୁଥିବା ଦର୍ଶାଯାଇଛି । ଆପଗୁଡ଼ିକ କୌଣସି ସୂଚନା ନ ଦେଇ ଏକରୁ ଅଧିକ ସାଇବର ନିୟମ ଉଲ୍ଲଂଘନ କରିଥିବାରୁ ଏଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ଚୀନର ସାଇବର ସ୍ପେସ ପ୍ରଶାସନ ମଙ୍ଗଳବାର ନିଜ ୱେବସାଇଟରେ ବିବୃତ୍ତି ଦେଇଥିବା ଜଣାପଡିଛି।
Edited by- Sriharsh Mishra